ଅଧ୍ୟାୟ ୧୩ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ମୋ ମନ ବୀଣାରେ ଭିନ୍ନ ଏ ରାଗିଣୀ
ବୁଝି ବି ଅବୁଝା ଆଜି ।
ଜୀବନ ବୀଣାଟି ବାଜେ ରହିରହି
ସ୍ୱର ତାଳ ଗଲାହଜି।ା
ଛିନ୍ନ ବୀଣାରେ କାହିଁକି ତୋଳେ ମୁଁ
ଭିନ୍ନ ରାଗିଣୀ ଧୀରେ।
ସ୍ମତି ବିଜଡ଼ିତ ବିରହି ରାଧିକା
ସାଜି ବିଜନ ବେଳାରେ।ା
ମନ ବୃନ୍ଦାବନେ ବାଜୁଅଛି ବଂଶୀ
ଉଛୁଳେ ଯମୁନା ପାଣି।
ପ୍ରେମର ଚିଟାଉ ଅଧା ଲେଖାଅଛି
ରହିଗଲା କିଛି ଜାଣି।ା
ହଜିଲା କାନର ଝୁମୁକା ବାଜୁନି
ପାଦର ପାଉଁଜି ଛନ୍ଦେ ।
ରାଧା ଆଜି ଅଧା ଶ୍ୟାମ ବିନା, ତୁମେ
ଜାଣିଛ କାହିଁକି କାନ୍ଦେ ?
ଭିଜିଛି କଜ୍ଜଳ ଆଖିର ଲୁହରେ
ପ୍ରୀତି ଫୁଲ ଗଲା ଶୁଖି।
ଋତୁର ନା ବର୍ଷା ।ାା ୪୨
ବେସୁରା ଲାଗଇ ଫଗୁଣର ଗୀତ
ସପନ ରହିଲା ବାକି।ା
ମନ ବେଳାଭୂମି ଉପରେ ତୁମର
ପାଦ ଚିହ୍ନ ଛାଡ଼ି ତୁମେ।
ଅଦିନ ଅତିଥିପରି ଫେରିଗଲ
ତା'ର ସ୍ମୃତି ଓଠ ଚୁମେ।ା
ଗୋଧୂଳି ସଞ୍ଜ ହେଲା ରତରତ
ବାଜୁନି ମୋହନ ବଂଶୀ।
ଅନ୍ତର ଭିତରେ ସ୍ମୃତିରେ ସେ ସ୍ୱର
ଦେଉଛି କି ତିଳେ ଖୁସି ?
ବେସୁରା ରାଗିଣୀ ଛାତିକୁ ବିଦାରି
ଦିଏ ରକ୍ତ ଝରୁଥାଏ।
ସ୍ମୃତି ତୀରେ ବସି ବୀରହି ରାଧିକା
ପ୍ରେମକୁ ଯା' ଝୁରି ହୁଏ।ା
ମନ କୁଞ୍ଜବନେ ରାଧିକା ବସିଛି
ଅଭିମାନ ମନେ ଭରି।
ସତେ କି ହେ କାହ୍ନୁ ଭୂଲି ଗଲ ତୁମେ
ଚାଲିଗଲ ପରକରି।ା
ମୋ ମନ ବୀଣାରେ ତୋଳୁଛି ବିରହ
ରାଗିଣୀ ପାରୁନ ବୁଝି ?
କେମିତି କହିବି ତୁମକୁ ହେ କାହ୍ନୁ
ଛନ୍ଦ ହଜେ କିଆଁ ଆଜି ?
ଋତୁର ନା ବର୍ଷା ।ାା ୪୩
ଶବ୍ଦହୀନ ଆଜି ମୋ ମନର ବୀଣା
ପାଉନି ଆଉ ସେ ଗୀତ।
ତୁମେ ଗଲାପରେ ସତ ମୋ ସାଥୀରେ
ବସି ନାହିଁ କେହି ମିତ।ା
ତୁମେ ଦୂରେ ଥାଅ ତୁମ ପାଇଁ ସାଥୀ
ଗାଉଛି ଗୀତଟେ ଆଜି।
ଭିନ୍ନ ରାଗରେ ଭାବୁଛି ତୁମେ ତା'
ନିଶ୍ଚୟ ପାରିବ ବୁଝି।ା
ଋତୁର ନା ବର୍ଷା ।ାା ୪୪
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ