ଅଧ୍ୟାୟ ୧୪ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୀବନଟା କେତେ ଦୁଃଖଦ ସଙ୍ଗାତ
ଅଙ୍ଗନିଭା କଥା ଏଇ।
ତା' ଭିତରେ ମିଛ ହସ ହସିବାରେ
ଜୀଇଁବାର କଳାଥାଇ ।ା
ଲୁହ ରହିଯାଏ ଆଖିର କୋଣରେ
କୋହ ବି ଛାତି ଭିତରେ।
ଦେଖାଇଲେ କି ହେବ କୁହତ ସଙ୍ଗାତ
ରହୁ ସେ ଅଭିନୟରେ ।ା
କହିଲେ ହୁଏତ ଖୁସି ହେବେ କିଏ
ଲୁହ ପୋଛି ବାକୁ ନାହିଁ।
ତେଣୁ ହସିହସି ବଂଚିବାଟା ଭଲ
ଦୁଃଖକୁ ଦେଖାଅ ନାହିଁ ।ା
ସ୍ୱାର୍ଥରେ ବନ୍ଧା ଏ ମଣିଷର ମନ
ଏକଥା ସଭିଙ୍କୁ ଜଣା।
ସ୍ୱାର୍ଥ ନ ଥିଲେ ତ କେହି ଦେବେ ନାହିଁ
ଏଠି ମମତା ପାଉଣା ।ା
ଋତୁର ନା ବର୍ଷା ।ାା ୪୫
ନିଜର ନିଜର ସଭିଏଁ କୁହନ୍ତି
ହେଲେ କେହି ଜଣେ ନାହିଁ।
ଆସିଅଛେ ଏକା ଫେରିବା ହିଁ ଏକା
ଅଭିନୟ ସାରିଦେଇ।ା
ନିଜ ଜୀବନଟା ନିଜର ବି ନୁହେଁ
ଆତ୍ମା ଛାଡ଼ି ଚାଲି ଯାଏ।
ଶବ ଶବ ବୋଲି ସଭିଏଁ କୁହନ୍ତି
ଆପେ ସେ ଅଛୁଆଁ ହୁଏ।ା
ପାରୁଛ ତ ଯଦି ମନଭରି ଥରେ
ନିଜକୁ ହିଁ ଭଲ ପାଅ।
ଫେରିବା ସଭିଏଁ ତେଣୁ ଦୁଃଖ ପୁଣି
କାହିଁକି ଏ ମନେ ଦିଅ।ା
ସବୁ ସ୍ୱପ୍ନକୁ ସାର୍ଥକ କରିବାଟା
ନୁହେଁ ଆମ ଆୟତରେ।
ଭାଂଗି ପଡ଼ିଲେ ତ ହୃଦୟ କାନ୍ଦିବ
ଧୈର୍ଯ୍ୟ ରହିଯିବ ଦୂରେ।ା
ଜୀବନଟା ଗୋଟେ ଲୁହର ସାଗର
ନିତି ବୁଡ଼ିବାକୁ ହୁଏ।
କେତେକେତେ ସ୍ମୃତି ସାଗର ବୁକୁରେ
ଶାମୁକା ହିଁ ହେଉଥାଏ।ା
ଋତୁର ନା ବର୍ଷା ।ାା ୪୬
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ