ଅଧ୍ୟାୟ ୧୫ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ପ୍ରେମ ଗୋଟେ କ’ଣ କି ?
ମିଠାମିଠା ଅନାବନା କଥା
ଅସି ନ ଥିବା ଭବିଷ୍ୟତ ସପନର ରାତି।
ମିଛିମିଛିକା ରାଗ ଏବଂ ଅନୁରାଗ ଭାଷା
ଅନ୍ଧାର ଓ ଆଲୋକର ଖେଳ କିତିକିତି ।ା
ପ୍ରେମ ଏକ ସ୍ୱଚ୍ଛ ଅନୁଭବ
ନାହିଁ ଯହିଁ ଛଳନା କି ମାୟା।
ନିବିଡ଼ ବନ୍ଧନଟିଏ ଦୁଇ ହୃଦୟ ମଧ୍ୟରେ
ଚିହ୍ନା ବା ଅଚିହ୍ନା ହେଉ, ଯାଏ ଆସେ ନାହିଁ
ଗାଉଥାଏ ଗୀତଟିଏ ସତେ ନାନାବାୟା।ା
କେଉଁଠି କେମିତି ଯାଏ ହୃଦୟକୁ ଛୁଇଁ
ମିଳନର ଗୀତଗାଇ
ନିଦର ଦୋଳିରେ କେବେ ଝୁଲାଇ ବି ଦିଏ।
କେତେବେଳେ ପ୍ରେମ ମଧ୍ୟ ହୁଏ ଗୋଟେ ତୃଷ୍ଣା
ଖୋଜେ ଟିକେ କଥା ପଦେ
କିନ୍ତୁ ତାହା ମରିଚିକା ଆପେ ହୋଇଯାଏ।ା
ପ୍ରେମ ଏକ ଆବେଗ
ହସାଏ ଯେତିକି କନ୍ଦାଇ ସେତିକି
କେବେ ଭୋକ ମାରେ ନାହିଁ ସିଏ।
ଋତୁର ନା ବର୍ଷା ।ାା ୪୭
ସାତସୁରେ ଜୀବନକୁ ବାନ୍ଧିବାର ସପନ ଦେଖାଇ,
ଫଗୁଣର ସୁନ୍ଦର ରଙ୍ଗରେ ରଙ୍ଗେଇ
ହଠାତ୍ ଶ୍ରାବଣ ପରି ଭିଜାଇ ବି ଦିଏ।ା
ଜାଳିଦିଏ ହୁତୁହୁତୁ କରି ହୃଦୟକୁ
ଛଟପଟ କରାଏ ଠିକ୍ ଆହତ ପକ୍ଷୀଟି
ମରିବା ଅପେକ୍ଷା ବଂଚିବା ପାଇଁ
ଅହରହ ବିକଳ ପ୍ରଚେଷ୍ଟା।
ଭାବନାରେ ମଜ୍ଜିମଜ୍ଜି ଜିଇଁଥାଏ ପ୍ରେମ
ପ୍ରେମର ମିଠା ଛୁଆଁ ସତରେ ନ ଥାଉ
ତଥାପି ସେ ସପନରେ ରଖିଥାଏ ନିଷ୍ଠା।ା
ଋତୁର ନା ବର୍ଷା ।ାା ୪୮
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ