ଅଧ୍ୟାୟ ୧୬ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଆସନ୍ତ କି ଥରେ ଏ ଶୁଭ୍ର ବସନ୍ତେ,
ଘେନି ଅନୁରାଗ ରଙ୍ଗ।
ଧୂସର ଜୀବନେ ସଂଚରି ଯାଆନ୍ତା
ନବ ପ୍ରାଣର ତରଙ୍ଗ।ା
ଫିକା ଏ ଜୀବନ ହୁଅନ୍ତା ରଙ୍ଗିନ,
ପ୍ରୀତି-ଅଭିଷେକେ ବୁଡ଼ି।
ଆସନ୍ତ କି ଥରେ ଏଇ ଫାଲ୍ଗୁନରେ,
ଦେଖାଇ ସ୍ୱପ୍ନର କଢ଼ÿି।ା
ଗୋଧୂଳି ବେଳାରେ ସଞ୍ଜ ନଇଁଲାଣି
କ୍ଲାନ୍ତ ଜୀବନ-ତରୀ।
ପରଳ ଆଖିରେ ଝାପ୍ସା ଦିଶଇ,
ଆୟୁଷର ଶେଷ ଧାଡ଼ି।ା
ଶତଦଳ କୋଳୁ ସାଉଁଟି ସୁରଭି
ବୋଳି ଦିଅନ୍ତ କି ଦେହେ।
ପୁଲକିତ ସାରା ଜୀବନ ହୁଅନ୍ତା
ଭାସନ୍ତି ମୁଁ ପ୍ରେମ ମୋହେ।ା
ଆମ୍ର ମୁକୁଳର ସୁମଧୁର ବାସେ
ଜୀବନ ମୋ ମହକିତ।
କୃଷ୍ଣଚୂଡ଼ାର ସେ ରକ୍ତିମ ଆଭାରେ
ପ୍ରାଣ ହୁଅନ୍ତା ପୁଷ୍ପିତ।ା
ଋତୁର ନା ବର୍ଷା ।ାା ୪୯
ନିଭୃତ ଏ ମନ-ନିକୁଞ୍ଜ ପ୍ରାଙ୍ଗଣେ
ଆସନ୍ତ କି ଅପରାହ୍ଣେ।
ସାର୍ଥକ ହୁଅନ୍ତା ଅବୁଝା ଚେତନା
ତୁମ ସ୍ନେହ ସନ୍ନିଧାନେ।ା
ତୁମ ସୁଧା-ବାଣୀ ସଞ୍ଜୀବନୀ ସମ
ଦିଅନ୍ତା ଅମୃତ ଧାରା।
ଅବସାଦ ସବୁ ଅପସରି ଯା’ନ୍ତା,
ହୁଅନ୍ତି ମୁଁ ଆତ୍ମହରା।ା
ମୁଦ୍ରିତ ନୟନେ ତୁମରି ସ୍ମୃତିରେ,
ଭିଜିଯାଏ ମୋର ମନ।
ତୁମ ଅନୁଭବେ ମହକି ଉଠନ୍ତା
ଜୀବନର ଫୁଲବନ।ା
ଜୀବନ-ବୀଣାରେ ସୁଲଳିତ ସ୍ୱର
ଭରି ଦିଅନ୍ତ କି ଆସି !
କ୍ଲାନ୍ତି କୁହେଳିକା ନିମିଷେ ତୁଟନ୍ତା
ଯାଆନ୍ତି ଆନନ୍ଦେ ଭାସି।ା
ତିମିର ବକ୍ଷେ ଆଲୋକର ମନ୍ତ୍ର
ଶୁଣାନ୍ତ କି କର୍ଣ୍ଣେ କହି।
ଶାନ୍ତି ଓ ତୃପ୍ତି ତୁମ ପାଖେ ପରା
ରହିଛି ଗୋପନ ହୋଇ।ା
ତୁମେ ଆସିଗଲେ ପ୍ରତୀକ୍ଷା ସରିବ
ଜନ୍ମ ଜନ୍ମାନ୍ତରୁ ମୋର।
ଧନ୍ୟ ହେବ ଏଇ ଜୀବନ ସାଧନା,
ଆସ ଥରେ ପ୍ରିୟ ମୋର।ା
ଋତୁର ନା ବର୍ଷା ।ାା ୫୦
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ