ଅଧ୍ୟାୟ ୧୭ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
କୁହାଯାଏ ନାହିଁ କେବେ ମନଖୋଲି
ପ୍ରେମର କି ଗଭିରତା।
ଅନୁମାନ ଯାହା କରିବାକୁ ହୁଏ
ନୀରବ ପ୍ରେମର କଥା।ା
ଆଖି କଥା କହେ ପାଟି କହେ ନାହିଁ
ଆଖିରେ ଆଖିରେ ନିଶା।
ଲେଖି ହୁଏନାହିଁ ପ୍ରେମକୁ ହାତରେ
ହୃଦୟ ଗୋପନ ଭାଷା।ା
ମନତଳେ କେତେକଥା ଥାଏ ଲୁଚି
ବୁଝାଇ ବି ହୁଏ ନାହିଁ।
ଛାତିର କାନ୍ଥରେ ମନ ମଣିଷର
ସାଇତା ଅଦେଖା ଛାଇ।ା
ମନ ମିଶିଗଲେ ବୁଝିବା ସହଜ
ନ କହିଲେ ନାହିଁ କେହି।
ନୀରବ ଭାଷାକୁ ନୀରବତା ସହ
କେବଳ ବୁଝି ହୁଅଇ।ା
ପ୍ରକୃତ ପ୍ରେମରେ ଥାଏ ନୀରବତା
ଯାହା ଯାଏ ହୃଦ ଛୁଇଁ।
ଜହ୍ନର ଭାଷାକୁ ନ ଶୁଣି ବି ତିଳେ
ବେଶ୍ ବୁଝିପାରେ କଇଁ।ା
ଋତୁର ନା ବର୍ଷା ।ାା ୫୧
ଜହ୍ନ ଥିବାଯାଏଁ ଆକାଶ ଛାତିରେ
କଇଁ ରହେ ପୁଲକିତ।
ନୀରବ ପ୍ରେମର ସ୍ୱଭାବ ପ୍ରଭାବ
ଯୁଗେ ଯୁଗେ ପ୍ରତିଭାତ।ା
ପଢ଼ÿିନାହିଁ ଯିଏ ନୀରବ ପ୍ରେମର
ନୀରବ ଭାଷାକୁ ଥରେ।
ସିଏ କି ପାରିବ ବୁଡ଼ି କେବେ ଏଇ
ଅଥଳ ପ୍ରେମ ସାଗରେ।ା
ନୀରବ ପ୍ରେମର ଗଭିରତା ବେଶୀ
ତା' ଭାଷା ହୃଦୟ ଛୁଏଁ।
ମନର ଦରଜ ଦେହର ଦରଜ
ପଢ଼ିଦେଲେ କମିଯାଏ।ା
ଋତୁର ନା ବର୍ଷା ।ାା ୫୨
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ