ଅଧ୍ୟାୟ ୧୯ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଆସିବାର ଥିଲା ବୋଲି ଏ ଜୀବନେ
ତୁମେ ସିନା ଆସିଗଲ।
ଅଶାନ୍ତ ମନରେ ଶାନ୍ତି-ଗଙ୍ଗା ହୋଇ
ପାପ ସବୁ ଧୋଇଦେଲ।ା
ତୁମେ ତ ମୋ ପାଇଁ ଫେରିଲା ଫଗୁଣ
ବସନ୍ତର ଚିଠିଟିଏ।
ଭିଜା ଶ୍ରାବଣୀ ମୁଁ ଭିଜୁଛି କାହିଁକି
କହିବ କି ଥରୁଟିଏ ।ା
ମନ-ଡାଏରୀର ସାଧା ପୃଷ୍ଠାପରେ
କେତେ କଥା ଲେଖିଦେଲ।
ମନ-ଅଗଣାରେ ତୁମେ କାହିଁ ପାଇଁ
ପ୍ରେମ-ଝୋଟି ଆଙ୍କିଦେଲ ।ା
ପ୍ରୀତିର ଅବିର ବୁଣିଦେଲ ଏଇ
ମନ ପ୍ରାଙ୍ଗଣରେ କେତେ।
ଇନ୍ଦ୍ରଧନୁର ସପତ ରଙ୍ଗ ସତେ
ଭିଜାଇ ଦେଲା କି ମୋତେ ।ା
ମନ-ଯମୁନାର କୂଳେ ସାଥୀ ତୁମେ
ମହଲଟେ ଗଢ଼ିଦେଲ।
ମନ-ମନ୍ଦିରରେ ତୁମେ ସାଥୀ ପ୍ରେମ-
ଦୀପଟିଏ ଜାଳିଦେଲ।ା
ଋତୁର ନା ବର୍ଷା ।ାା ୫୫
ଗୁଣୁଗୁଣୁ ହୋଇ କେତେ ଗୀତ ତୁମେ
ଗାଇଅଛ ମୋ ପାଇଁ।
ବସନ୍ତ ନ ଆସୁ ତୁମେ ଆସିଗଲ
ପ୍ରେମ-ଫୁଲଟିଏ ନେଇ।ା
ମନ-ବଗିଚାରେ ଫୁଟିଗଲା କେତେ
କେଜାଣି ରକ୍ତ-ଗୋଲାପ।
ତୋଳିଲି ଗୋଟିଏ ତୁମ ପାଇଁ ସାଥୀ
ଭରା ପ୍ରେମର ପ୍ରତୀକ।ା
ଆସିବାର ଥିଲା ବୋଲି କି ସେଦିନ
ପଚାରି ଦେଲ ଠିକଣା।
ଆସିଗଲ ଦିନେ ଦେବା ପାଇଁ ତୁମେ
ମୋର ପ୍ରେମର ପାଉଣା।ା
ହୃଦୟର କେତେ ଅଦେଖା କ୍ଷତ ଯେ
ଯନ୍ତ୍ରଣାରେ ଜଳୁଥିଲା।
ତୁମ ପୀରତିର ମଲମ ହିଁ ସାଥେ
ଉପଶମ ଦେଇଥିଲା।ା
ତୁମେ ଆସିବାର ଥିଲା ବୋଲି ବୋଧେ
ଅଦିନେ ବଉଳ ବାସ।
ଖୁନ୍ଦି ହୋଇଗଲା ବସନ୍ତ ନ ଥାଇ
ମୋର ସାରା ପରିବେଶ।ା
ବସନ୍ତ ନ ଥାଇ ପିକ କୁହୁ-ତାନ
ଶୁଣେ ମନ-କୁଞ୍ଜବନେ।
ମଲ୍ଲୀ ଫୁଲ ସବୁ ଫୁଟି ପଡୁଅଛି
ଗଭାରେ ମୋ ପ୍ରତିଦିନେ।ା
ଋତୁର ନା ବର୍ଷା ।ାା ୫୬
ମଳୟ ଆସିଲା ଫଗୁଣ ନ ଆସି
ଖେଳିବାକୁ ଦୋଳି ଖେଳ।
ତୁମେ ଆସିବାର ଥିଲା ବୋଲି ବୋଧେ
ଦିଶୁଛି କଦମ୍ୱ ମୂଳ।ା
ଖସି ଯାଉଅଛି ପଣତ ମୋହର
ଅଜାଣତେ କେତେବେଳେ।
ଲାଗେ କେହି ଜଣେ ଅଝଟପଣରେ
ବାନ୍ଧୁ ଅଛି ବେଳେବେଳେ।ା
ମନ-ବୃନ୍ଦାବନେ ରହିରହି କାହିଁ
ଶୁଭୁଛି ମଧୁର ବଂଶୀ ।
ବିରହ ବତୁରା ଏ ଛାତି ଭିତରେ
ବୋଧେ ତୁମେ ଅଛ ଆସି।ା
ଋତୁର ନା ବର୍ଷା ।ାା ୫୭
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ