ଅଧ୍ୟାୟ ୨୦ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଯାଇଥିଲି ଦିନେ ଶୀତ ସକାଳରେ
ତୋଳିବାକୁ ଘରଟିଏ।
ଜାଣି ତ ନଥିଲି ଅବାସ୍ତବ କଥା
କୁହୁଡ଼ି ଘର କି ହୁଏ ।ା
କେଡ଼େ ବୋକି ହୋଇ ଭାବିଥିଲି ମୁହିଁ
ଫଗୁଣ ବାନ୍ଧିବି ବୋଲି।
କିନ୍ତୁ, ଫେରିଗଲା ରଙ୍ଗ ଫଗୁଣଟା
ବୟସକୁ ଫିକା କରି।ା
ସେଦିନ ଶ୍ରାବଣ ଭିଜାଇଲା କେତେ
ପ୍ରୀତିର ପରସ ଢାଳି।
ଜାଣି ନଥିଲି ଧୋଇବ ଶ୍ରାବଣୀ
ଆଜି ହୋଇଯିବ କାଲି।ା
ସ୍ୱପ୍ନ ପରା ସ୍ୱପ୍ନ ହୋଇ ରହି ଯାଏ
ନିଦ ଫେରିଗଲା ପରେ।
ଆଶାଫୁଲ ସବୁ ମଉଳିଲା ମୋର
ଆଶା ବୈତରଣୀ ଧାରେ।ା
ସାଥୀ ପାଇନାହିଁ ବୋଲି ଏ ସଂସାରେ
ସାଥୀ କଲି ନିଜ ଛାଇ।
ଛାଇକି ବୁଝିବ ମନର କୋହକୁ
ଅନ୍ତର୍ଦାହ କାହିଁ ପାଇଁ।ା
ଋତୁର ନା ବର୍ଷା ।ାା ୫୮
ତୁମେ ତ ମୋପାଇଁ ଫେରିଲା ଫଗୁଣ
ଶେଷ ବସନ୍ତର ଚିଠି।
ତୁମ ପାଇଁ ହେଲି କୁଆଁରୀ ଝରଣା
ତୁମେ ପାହାଡ଼ର ପିଠି।ା
ସମସ୍ତ ବିଶ୍ୱାସ ସମସ୍ତ ଭରଷା
ସବୁ ହେଲା ପ୍ରହେଳିକା।
ଅବାସ୍ତବତାରେ ବାସ୍ତବ ଖୋଜିବା
ଫଳ ହେଲା ମରିଚିକା।ା
ଋତୁର ନା ବର୍ଷା ।ାା ୫୯
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ