ଅଧ୍ୟାୟ ୩ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ସୁସ୍ୱାଗତମ୍ ବରଷା ରାଣୀ
ଚାତକ ପରାଏ ଚାହିଁ ଧରଣୀ
ରହିଥିଲା ଆଜିଯାଏଁ।
ତୁମ ଆଗମନେ
ପୁଲକିତ ଆଜି
ପ୍ରଫୁଲ୍ଲିତ ଆଜି
ଆଉ କହିବନି ହାଏ ।ା
ଅନେକ ଦିନରୁ ଭିଜିନି ସେହି
ଋତୁ ପରେ ଋତୁ ଯାଇଛି ବହି
ସୁଖ ଦୁଃଖ ଛାଡ଼ି ଦେଇ।
ସବୁ ଋତୁ ପରେ
ତୁମେ ଆସିଗଲେ
ସମସ୍ତେ କହିଲେ
ଆନନ୍ଦ ଆସିଲା ହେଇ ।ା
ଅନ୍ୟ ଋତୁଠାରୁ ତୁମେ ନିଆରା
ଏକଥା ବୁଝିଛି ଜଗତସାରା
ମଙ୍ଗଳ କାରିଣୀ ବୋଲି।
ଶୁଖିଲା ମାଟିର
ଶୋଷିଲା ଓଠରେ
ବାରି ଦିଅ ବାରେ
ଦୟାର ଭଣ୍ଡାର ଖୋଲି।ା
ଋତୁର ନା ବର୍ଷା ।ାା ୧୯
ତୁମରି ପରଶେ ଧରା ଦେହରେ
ଫେରିଲା ଯୌବନ ଭାବେ ମନରେ
ପ୍ରୀତିର ତରଙ୍ଗ ନେଇ।
ସବୁଜିମା ଭରି
ଆସଇ ସନ୍ତୋଷ
ସହିତ ଆଶ୍ୱାସ
କ୍ଲାନ୍ତି ଯାଏ ଦୂରହୋଇ ।ା
ତୁମରି ପରଶ ଶୀତଳ ଭାରି
ଶୀହରଣ ଦେହେ ଯାଏ ସଂଚରୀ
ଅନୁଭବ କଲା ଯିଏ।
ଅନ୍ତରେ ଅନ୍ତରେ
ନିଶ୍ଚୟ ବୁଝିବ
ତା'ପରେ କହିବ
ତୁମପରି କେହି ନୁହେଁ ।ା
ଗୋଟିଏ ମାଗୁଣି ରାଣୀ ବରଷା
ଆଣିବନି କେବେ ମନେ ହତାଶା
ନଦୀରେ ବଢ଼ାଇ ପାଣି।
କୁଳଲଙ୍ଘି କେବେ
ସଂସାର ଭିତରେ
ଆପଣା ଢଙ୍ଗରେ
ଦିଅ ନାହିଁ ଦୁଃଖ ବୁଣି ।ା
ଶୁଖିଲା ନଦୀରେ ଜୀବନ ଦିଅ
ସମୁଦ୍ର ଆଡ଼କୁ ଯିବାକୁ କୁହ
ଅସୁବିଧା କିଛି ନାହିଁ।
ଋତୁର ନା ବର୍ଷା ।ାା ୨୦
ବନ୍ଧ ବାଡ଼ ଭାଙ୍ଗି
ଜନେ ଦୁଃଖ ଦେଇ
ଫସଲ ଭସାଇ
ସୁନାମ ମିଳିଛି କାହିଁ ।ା
ପାରୁଛ ଯଦି ତ ଏପରି କର
କୁଆଁରୀମନରେ ଆବେଗ ଭର
ଶ୍ରଦ୍ଧା ଓ ବିଶ୍ୱାସ ପାଇଁ।ା
ସେଥିରେ ଜୀବନ
ଶୁଭମୟ ହେଉ
ପ୍ରେମମୟ ହେଉ
ଫୁଟୁ ସୋହାଗର କଇଁ ।ା
ଋତୁର ନା ବର୍ଷା ।ାା ୨୧
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ