ଅଧ୍ୟାୟ ୨୧ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ମନ ବୋଲି ଯାହା ଥିଲା ମୋ ପାଖରେ
ତୁମକୁ ତ ଦେଇଦେଲି।
କେମିତି ଆଙ୍କିବି ସ୍ମୃତି ଚିତ୍ରପଟ
ହାତେ ଧରି ପ୍ରେମ ତୂଳି।ା
ମନ ଆଇନାରେ ତୁମ ଛବି ଆସେ
ସତେ କି ଭସା ବାଦଲ।
ବରଷିଗଲେ ତ ଭିଜିଯାନ୍ତି ମୁହିଁ
ହୁଅନ୍ତିନି କଲବଲ।ା
ଆସନ୍ତନି ତୁମେ ଭିଜା ଶ୍ରାବଣରେ
ଭିଜାଇ ଦେବାକୁ ଥରେ।
ପହିଲି ଛୁଆଁରେ ସନ୍ତୋଷ ମିଳନ୍ତା
ପହିଲି ବରଷା ଝରେ।ା
ମନ କାନଭାସେ ତୁମରି ଛବିଟା
ରହିଥାଉ ଚିରଦିନ,
ଶ୍ରାବଣ ଛୁଆଁରେ ଛମ୍ଛମ୍ ଶୁଭୁ
ପାଦର ପାଉଁଜି ସ୍ୱନ।ା
ମୋ ମନରେ ଥାଅ ଅଲିଭା ସାଥୀ ହେ
ସବୁଦିନ ଦାଗହୋଇ।
ଶ୍ରାବଣ ଯାଉ ବା ଧୋଇ ହୋଇଯାଉ
ଲିଭିବନି ଚିହ୍ନ କାହିଁ। ।
ରାକା ରଜନୀରେ ଆସ ତୁମେ ଥରେ
ଜହ୍ନ ପରି ହସିହସି।
ପ୍ରେମର ଜୁଆର ଉଠୁ ହୃଦୟରେ
ଭାସିଯାଉ ଦୁଃଖରାଶି।ା
ଋତୁର ନା ବର୍ଷା ।ାା ୬୦
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ