ଅଧ୍ୟାୟ ୨୨ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ବାସ୍ତବରେ କିଛି ନ ହେଲା ତ ନାହିଁ
ଆସ ଥରେ ସ୍ୱପ୍ନ ହୋଇ।
ହଜିଯିବା ଦୁହେଁ ପୀରତି ରାଇଜେ
ଅନ୍ତଃ ଆବେଗକୁ ନେଇ।ା
ବାସ୍ତବତା ସିନା କଷ୍ଟ ଦିଏ ଏଠି
ସ୍ୱପ୍ନ ଦିଏ ମିଠା ଛୁଆଁ ।
ଆଖି ମୁଦିଦେଲେ ଦିଶୁ ଥାଏ ସେଠି
ଆଉ ଏକ ନୂଆ ଦୁନିଆଁ।ା
ପ୍ରୀତିର ଝରଣା କୁଳୁକୁଳୁ ହୋଇ
ବୋହି ଯାଏ ହୃଦୟରୁ।
ଆପେଆପେ ମିଠା ଶୀହରଣ କେତେ
ଉଙ୍କିମାରେ ମନତଳୁ ।ା
ଉଦାସିଆ ରାତି ଛାତିରେ ଜହ୍ନଟା
ଆସେ ପାଦ ଥାପି ଧୀରେ।
ରାତି ଉଜାଗର କଇଁ ତ କେବଳ
ମଜିବାକୁ ପୀରତିରେ ।ା
ଋତୁର ନା ବର୍ଷା ।ାା ୬୧
ଆଖି ବୁଜି ଦେଲେ ସ୍ୱପ୍ନ ଆସିଯାଏ
ମିଠା ଗୀତ ଗାଇଗାଇ।
ପ୍ରୀତିର ଗଜଲ ଗାଉଥାଏ ସିଏ
ମୁଠେ ପ୍ରେମ ବୁଣି ଦେଇ ।ା
ଭାବି ପାରେନା ମୁଁ କେଉଁ ଅଭିସାର
ପାଇଁ ସପନ ଆସିଛି।
କିଛି ଜଣାନାହିଁ ସିଏ ପରା ମିଛ
ପ୍ରେମ ଜାଲରେ ଛନ୍ଦିଛି।ା
ମିଠା ଛୁଆଁ ଦିଏ ଏଇ ଶ୍ରାବଣଟା
ଚୁମିଲା ପରି ମାଟିକୁ।
ଚୁମି ଯାଏ ତନୁ ମନକୁ ଭିଜାଇ
ଶୁଷ୍କ ଏଇ ଜୀବନକୁ।ା
କିଏ ଜଣେ ଆସି ସ୍ୱପ୍ନରେ ଲେଖଇ
ନାମ ମନ ସିଲଟରେ।
ପୀରତି ଗୋଲାପ ଫୁଟିଯାଏ କେତେ
ଏଇ ମନ ବଗିଚାରେ।ା
ହେଉ ପଛେ ଅବାସ୍ତବ ସପନଟା
ଦିଏ ଭରି ଶିହରଣ।
ଭୁଲିଯାଏ ମନୁ ସବୁ ଦୁଃଖ କଷ୍ଟ
ଆସଇ ସୁଖ କିରଣ।ା
ଋତୁର ନା ବର୍ଷା ।ାା ୬୨
ଆସ ତୁମେ ନିଦମାଉସୀ ଆଖିରେ
ବହଳ ନିଦକୁ ଦେଇ।
ନିଦ ଆସିଲେ ସେ ବି ଆସିଯିବ
ସ୍ୱପ୍ନ ସାଥେ ସାଥୀ ହୋଇ।ା
ମିଠା ସପନକୁ ମିଠା ମିଠା ଛୁଆଁ
ଭିଜା ଭିଜା ଶ୍ରାବଣରେ।
ଭାରି ଭଲଲାଗେ ସପନରେ ଯେବେ
ତୁମେ ଆସ ନୀରବରେ।ା
ଚାହିଁଛି ବିନିଦ୍ର ନୟନେ ସ୍ୱପ୍ନକୁ
ସେ ଆସିଲେ ଯିବି ଶୋଇ।
ମନର ମଣିଷ ଆସିବ ନିଶ୍ଚୟ
ଶ୍ରାବଣେ ଭିଜାଇ ଦେଇ।ା
ଋତୁର ନା ବର୍ଷା ।ାା ୬୩
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ