ଅଧ୍ୟାୟ ୨୩ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କହିବିନି କିଛି,ତୁମକୁ ପଚାରୁଛି
ତୁମେ ତ କୁହ..
ଅନ୍ୟକୁ କଷ୍ଟ ଦେଇ
କି ଲାଭ ପାଅ...
ଯଦି ପାରିବନି ପୋଛି କା’ଲୁହ
ଦୁଃଖ ଦେବାର ଅଧିକାର
କେ ଦେଲା ତୁମକୁ କୁହ।ା
କହିବିନି କିଛି ତୁମେ ତ କୁହ
ସାହାଯ୍ୟର ହାତ ଲମ୍ୱିବନି ଯଦି
କିଏ ଉପରକୁ ଗଲେ
କାହିଁକି ତା'ର ଗୋଡ଼ ଟାଣିଦିଅ
ତଳେ ପଡ଼ିଗଲେ ତୁମକୁ କେତେ
ଖୁସି ମିଳେ ଟିକେ ତ କୁହ।ା
କହିବିନି ମୁଁ ତୁମେ ତ କୁହ
ମଣିଷ ଜନମ ଦୁର୍ଳଭ ଜୀବନ
ବିବେକ ଅଛି ବୋଲି ମଣିଷ
ଯଦି ବିବେକ ଖଟାଇ ନ ପାରିବ
ତେବେ ମଣିଷ ଜନ୍ମରେ କି ଲାଭ
ତୁମେ ତ କୁହ....।ା
ଋତୁର ନା ବର୍ଷା ।ାା ୬୪
କହିକି ପାରିବ ଲୁହରେ
ଲୁଣର ପରିମାଣ କେତେ
ଚାଖିଛ କି ସେ ଲୁଣି ଲୁହକୁ
କେତେ ତପ୍ତ ସେ ଲୁଣି ଲୁହ ସତେ !
ତେବେ କାହିଁକି ଦିଅ କା' ଆଖିରେ ଲୁହ
ମୁଁ କହିବିନି ତୁମେ ତ କୁହ।ା
ମାପି କି ପାରିବ ହୃଦୟର କୋହକୁ
ଦେଖିଛ କି ଆକାଶର ଉଦାରତାକୁ
ଅନୁଭବ କରିଛକି ପୃଥିବୀର
ସହନଶୀଳତାକୁ ?
ପାଇଛକି ଦେବାର ଆନନ୍ଦ
ଯଦି ନୁହେଁ.......
କାହିଁକି ଅନ୍ୟର ଅନିଷ୍ଟ ଚିନ୍ତା ମନେ ଆଣ,
ତୁମେ ତ କୁହ।ା
ଆଶ୍ୱାସନା ଯଦି ପଦେ ଦେଇ ପାରିବନି
କାହିଁକି କା ହୃଦୟକୁ କରିବ ଖଣ୍ଡ ଖଣ୍ଡ
ସ୍ନେହର ମଲମ ରଖି ନାହଁ ଯଦି ପାଶେ
ଈର୍ଷାର ବାରୁଦ ହୃଦୟେ କାହିଁ ରଖ
ତୁମେ ତ କୁହ।ା
କ'ଣ ପାଇଁ ଏତେ ଗର୍ବ,ଅହଂ କାର
ନେବ କି ସବୁ ଗଲା ବେଳେ ଧନ ସମ୍ପଦ
ଯଦି ନା, କ'ଣ ପାଇଁ ଆତ୍ମ ଗର୍ବ
ତୁମେ ତ କୁହ।ା
ଋତୁର ନା ବର୍ଷା ।ାା ୬୫
କହିକି ପାରିବ
କାହିଁକି ମହୁମାଛି ମହୁ ତିଆରି କରେ
କରେ କି ସେ ମହୁ ପାନ ?
କାହିଁକି ସୂର୍ଯ୍ୟକରେ ଆଲୋକ ପ୍ରଦାନ
ପ୍ରତିଦିନ ଧରାବନ୍ଧା ନିୟମ
ବସୁଧା ଶହେ ଶତ ଶତ ପ୍ରହାର
ସକାଳୁ ସଞ୍ଜ,
ନଦୀ ଦିଏ ମଧୁର ଜଳ ଆତ୍ମତୃପ୍ତି ପାଇଁ
ବହେ ମୃଦୁମୃଦୁ ସମୀର
ନେବାକୁ ନିଃଶ୍ୱାସ ପ୍ରଶ୍ୱାସ
ଏସବୁର ଶିକ୍ଷା କ’ଣ ଆମକୁ କମ୍ କି ?
ତୁମେ ତ କୁହ।ା
ଅନ୍ୟର ଉପକାର କଲେ କେତେ ଯେ
ଆତ୍ମ ଶାନ୍ତି ! କେତେ ଆନନ୍ଦ
ଦେବାର ଆନନ୍ଦ ନେବାରେ ନାହିଁ
ତୁମେ ତ କୁହ।ା
ମୁଁ କହିବି ଏତିକି ଅଳିକ ଜୀବନ
କ୍ଷଣଭଙ୍ଗୁର ଏ ଦୁନିଆ
ପାଣିଫୋଟକା ସମାନ ଜୀବନ
ହେଇ ଅଛି,ହେଇ ନାହିଁ ।
ପଦ୍ମପତ୍ରରେ ଜଳ ଯେହ୍ନେ ଢଳଢଳ
ତଥାପି ସବୁ ଜାଣି ମଣିଷ ଭାବେ
କରିବାକୁ ପରର ଅନିଷ୍ଟ
ତୁମେ କୁହ କ’ଣ ମିଳେ ତାକୁ
ଖାଲି ଯାହା ତତଲା ନିଃଶ୍ୱାସ ?
ନା ଆଉ କିଛି ତୁମେ କୁହ।ା
ଋତୁର ନା ବର୍ଷା ।ାା ୬୬
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ