ଅଧ୍ୟାୟ ୨୫ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଯେଉଁଠି ନାହିଁ ସାମାଜିକ ସ୍ୱୀକୃତି
ସବୁବେଳେ ଡରଡର ଭାବ
ଲାଜର ଓଢ଼ଣା ତଳେ
ବଂଚିବାର ବାଧ୍ୟବାଧକତା।
ସମ୍ପର୍କର ପରିଭାଷା
ପରୀକ୍ଷାଗାରରେ ବନ୍ଧା ପଡୁଥିବା ବେଳେ
ଦୁଇଟି ହୃଦୟର ମିଳନ
ନାହିଁ ଯହିଁ ଜୀବନର କ୍ରୂର ବାସ୍ତବତା।ା
ଏ କେମିତିକା ପ୍ରେମ
ଯାହା ବାନ୍ଧିନିଏ କିଛିକ୍ଷଣ ପାଇଁ
ମହୁଲି ନିଶାରେ ମତୁଆଲା
ମିଥ୍ୟା ପ୍ରବଞ୍ଚନା ଭିତରେ ଗଡ଼ିଦିଏ
ସ୍ୱାର୍ଥର ଘରଟିଏ ।
ନାହିଁ ଯହିଁ ତ୍ୟାଗ ଓ ବିଶ୍ୱାସ
ଖାଲି ଯାହା ମିଠା ମିଠା ଜାଲର ଯୋଜନା
ଆସ୍ପରର୍ଦ୍ଧା ହୁଁକାରରେ କେବଳ
ଆବେଗର ସତ୍ତା ହଜିଯାଏ।ା
ଏ କେମିତିକା ପ୍ରେମ
ନାହିଁ ଯହିଁ କାହାପାଇଁ କାହର ବି
ଉଦାରତା କି ସମବେଦନା ।
ଋତୁର ନା ବର୍ଷା ।ାା ୭୦
ଲୁଟିବାର ଇନ୍ଦ୍ରଜାଲ ବିଦ୍ୟାର ପ୍ରୟୋଗ
ଏକାଥରେକ ହଜାର ମନକୁ
ଯେଉଁଠାରେ,
କେବଳ ହିଁ ଦୈହିକ କାମନା।ା
ଏ କେମିତିକା ପ୍ରେମ
ଯେଉଁଠି ପ୍ରେମ ପାଇଁ ରାଧା ପରି
ସଜହେବା ଆବଶ୍ୟକ ନାହିଁ।
ଏପରିକି ବିରହିଣୀ ପାଗିଳି ହୋଇ
କଳଙ୍କର ଟିକା ପିନ୍ଧି ବାଟ ଚାଲିବାର
ସମ୍ଭାବନା ନାହିଁ ଅବା
ଶାଶ୍ୱତ କି ଚିରନ୍ତନ ଭାବଟିକେ ନାହିଁ ।ା
ଏ କେମିତିକା ପ୍ରେମ..
ଯେଉଁଠି ନାହିଁ ପବିତ୍ର ପାପର ଆସର
ବରଂ ଅଛି,କିଛି ଦିନ
ଏକାଠି ରହିବାର ଅଯଥା ପ୍ରତିଜ୍ଞା
ଅବା ବିବାହର
ଯଥେଷ୍ଟ ଆଗରୁ ଗଢ଼ା ବିଚିତ୍ର ଯୋଜନା
ତାହା ପୁଣି ଦୂରତାର ଏବଂ ବିଚ୍ଛେଦର ।ା
ଏ କେମିତିକା ପ୍ରେମ
ଯେଉଁଠି ମିଳନର ଶଙ୍ଖ ପୁଲକିତ
ହେଉହେଉ ବିଚ୍ଛେଦ,
ମନ ମିଶୁମିଶୁ ଆପେ ଭାଂଗି ଯାଏ
ଛଳନାର ଦଲକାଏ ତୀବ୍ର ପବନରେ।
ଋତୁର ନା ବର୍ଷା ।ାା ୭୧
ଚୁନା ହୁଏ ସପନ
ଭାଙ୍ଗିଯାଏ ଆଶାର ମିନାର
ଭୁଷୁଡ଼ି ଯାଏ ଜୀବନ ବନ୍ଧ
ଦୋହଲି ଯାଏ ମନଟା
ଧୈର୍ଯ୍ୟଚ୍ୟୁତ ହେଉଥାଏ ବିନା କାରଣରେ।
ଏ କେମିତିକା ପ୍ରେମ
ଯିଏ ବୁଣି ଦିଏନା ମମତାର ଫଲ୍ଗୁ
ଆଙ୍କି ଦିଏନା ରଙ୍ଗୋଲି
ଇନ୍ଦ୍ରଧନୁର ସପ୍ତରଙ୍ଗକୁ
ମାଖି ପାରେନା ଦେହରେ।ା
ଏ କେମିତିକା ପ୍ରେମ
ଅଦିନରେ ଫଗୁଣକୁ ଡାକି ପାରେନା
ମନ ବଗିଚାକୁ
ଫୁଟାଇ ପାରେନା ଶହଶହ ଗୋଲାପ
ହୃଦୟ ପୋଖରୀରେ।
ମନକୁ କରି ପାରେନା ପକ୍ଷୀଟିଏ ପରି
ଉଡ଼ି ପାରେନା ଡେଣାଝାଡ଼ି ଉପରକୁ
ଦେଇ ପାରେନା ଆଶ୍ୱାସନା ବଂଚିବାକୁ
ମୁଠାଏ ପ୍ରୀତି ଚିମୁଟାଏ ବିଶ୍ୱାସ
ଦୁଇଟି ପ୍ରାଣରେ।ା
ଋତୁର ନା ବର୍ଷା ।ାା ୭୨
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ