ଅଧ୍ୟାୟ ୨୬ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଏଇ ମିଠାମିଠା ମୁହଁସଞ୍ଜ ବେଳେ
କାହାର ଏ ଶବ୍ଦ ଆଜି
ମିଳନର ବିଗୁଲ ବଜାଏ ?
ଅବଶ କରେ ତନୁ ମନ
ରୂପେଲି ଜ୍ୟୋତ୍ସ୍ନା କଅଁଳ ସଞ୍ଜରେ
ମିଳନ-ବିଧୁରା ରଜନୀରେ
ମନ ଭାରି ଭାରାକ୍ରାନ୍ତ ହୁଏ।ା
ତରଙ୍ଗଟିଏ ଆସି କାହିଁକି ପିଟି ହୋଇଯାଏ
ଭାବନା ରାଜ୍ୟରେ ?
କିଛି କିଛି ମନ କହେ
ଏଇ ମୁହଁ ସଞ୍ଜରେ।ା
ମନର ଝରକା ଡେଇଁ
ଜଣେ କିଏ ପଶି ଆସି
ମନ ଇଚ୍ଛା ଛୁଇଁଦିଏ... ବିନା ଦ୍ୱିଧାରେ...
ଛାତିଟା କ’ଣ ଯେ ହୋଇଯାଏ...
ଏ କି ଅନୁଭବ ?
ଅଜବ ଲାଗେ ଏ ମନ
ଅବେଳରେ ଅତିଥିଟିଏ
ତାକୁ ଦେଖି ମୁଁ
ଇତସ୍ତତଃ ହୋଇଯାଏ
ସବୁ ଲାଗେ ଅଜବ୍ ଅଜବ। ।
ଋତୁର ନା ବର୍ଷା ।ାା ୭୩
ଛନ୍ଦି ହୋଇଯାଏ ଭାବନାର
ବୁଢ଼ିଆଣୀ ଜାଲରେ।
ଲୋଚାକୋଚା ଦେହ, କ୍ଳାନ୍ତ ଶରୀର
ଆଉ ବିରସ ମନରେ
କି ଅଭ୍ୟର୍ଥନା କରିବି ଜାଣିନି
ସ୍ତବ୍ଧତା ସବାର ମୋର
ଚିନ୍ତାରେ ଓ ଚେତନାରେ।ା
ବୈଶାଖରେ ନଦୀ ଯେ ଶୁଖିଲା
କେମିତି ତରଙ୍ଗ ଆସିଲା ?
ବଗିଚାରେ ଫୁଲ ତ ଝାଉଁଳା,
ଭ୍ରମର କାହିଁକି ହୁଏ ମତୁଆଲା?
ସଞ୍ଜବେଳେ ତ ଉଡ଼ନ୍ତାପକ୍ଷୀ
ବାହୁଡ଼େÿ ତା’ ନୀଡ଼କୁ
ଆକାଶଟା ଝାପ୍ସା ଲାଗେ
ଛାଇ ଲେଉଟିଲା ବେଳେ...।
ନଦୀ ଅଧା ବାଟରେ ରହିଯାଏ
ଅଧାଅଧି ଶୁଖିଗଲା ପରେ...
ତେବେ ମୁଁ ଗାଧେଇ ପଡ଼େ କିଆଁ ଏତେବେଳେ?
ମଲା ଜହ୍ନଟା ଶୁଖିଲା ନଈ ପଠାରେ
ସତେ ନିରେଖି ହସୁଥାଏ...
ଅଧା ଛାଇ ଅଧା ଆଲୁଅରେ ସେ
ସଞ୍ଜ ହେଲା ପରେ।
ତଥାପି କାହିଁକି ବୈଶାଖ ଭଲ ତ ଲାଗୁଛି
ମିଠା ଛୁଆଁ ଦିଏ ଟିକେ ଶୀତଳ ପବନ
ମୋ ଦେହକୁ,ମୋ ଅଜାଣତରେ।ା
ଋତୁର ନା ବର୍ଷା ।ାା ୭୪
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ