ଅଧ୍ୟାୟ ୨୭ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ପ୍ରେମ ନୁହେଁ ଖାଲି ମଲ୍ଲୀ ଫୁଲ ବାସ୍ନା
ଝରା ଶେଫାଳୀ ବି ସିଏ।
କିଛିକ୍ଷଣ ଆସି ଅନେକ ସପନ
ଆଖିରେ ସେ ବୁଣି ଦିଏ।ା
ରଙ୍ଗର ଗୋଲାପ ହେଲେବି ଏ ପ୍ରେମ
ଆଘାତ ଦିଏ କଂଟାର।
ସୁନ୍ଦର ହୃଦକୁ ଖଣ୍ଡ ଖଣ୍ଡ କରି
ଅନୁଭବେ ଯନ୍ତ୍ରଣାର ।ା
ଯେତିକି କନ୍ଦାଏ ସେତିକି ହସାଏ
ଜଳେ ବିରହ ନିଆଁରେ।
ମିଳନେ ମଧୁର ବୀଣା ସେ ବଜାଏ
ମୁରଲୀ ବି ବିରହରେ।ା
ଶାଶ୍ୱତ ପ୍ରେମତ ଅମଳିନ ସଦା
ମିଠା ମିଠା ଅନୁଭବ।
ତନୁ ମନେ ଭରିଦିଏ କେତେ କେତେ
ନୂଆନୂଆ ଆତ୍ମଭାବ।ା
ସୁନ୍ଦର ମନରେ ପ୍ରେମ ସଦ୍ୟଫୁଟା
ରଙ୍ଗର ଗୋଲାପ ଫୁଲ।
ଦୂରରୁ ଦେଖିଲେ କିଣିନିଏ ସିଏ ମନ
ଲାଗୁଥାଏ ଭାରି ଭଲ।ା
ଋତୁର ନା ବର୍ଷା ।ାା ୭୫
ସରଳ ମନରେ ବିଶ୍ୱାସର ମଞ୍ଜି
ବୁଣି ହୁଏ ମହାଦ୍ରୁମ।
ଅତି ସୁକ୍ଷ୍ମରୁ ସୁକ୍ଷ୍ମତର ମଧ୍ୟ
କ୍ଷଣକରେ ଭାଙ୍ଗେ ମନ।ା
ଚିମୁଟେ ଭରସା ମୁଠାଏ ବିଶ୍ୱାସ
ସହ ଏ ପ୍ରେମ ମନ୍ଦିର।
ପ୍ରତାରଣା ଧୋକା ଛଳନାରେ ଖସେ
ସେଠୁ ବିଶ୍ୱାସ ପଥର।ା
ପ୍ରେମ ଫୁଲ ପାରିଜାତଠାରୁ ଅଟେ
ଆହୁରି ଅମୂଲ ମୂଲ ।
ଅତି ଯତ୍ନରେ ରଖିଲେ ହୃଦୟରେ
ରହିଥାଏ ସବୁକାଳ।ା
ଆଶାର ମିନାର ଭୁଷୁଡ଼ି ନ ଯାଉ
ଛଳନାର ଲହରୀରେ।
ଦୁଇଟି ହୃଦୟ ମିଳନରେ ପ୍ରେମ
ହସୁଥାଉ ସଂସାରରେ।ା
ଆଶା ବୈତରଣୀ ଉଛୁଳି ନ ପଡ଼ୁ
ପ୍ରେମ ବାଲିବନ୍ଧ ଡେଇଁ।
ମନ ବଗିଚାରେ ଫୁଟୁ ପ୍ରେମଫୁଲ
ଜୀବନ ବଂଚିବା ପାଇଁ। ।
ଋତୁର ନା ବର୍ଷା ।ାା ୭୬
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ