ଅଧ୍ୟାୟ ୨୮ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଆଜି କାହିଁକି ଯେ ମନେପଡ଼େÿ
ସେଇ ଶୈଶବ ଅଭୁଲା କଥା।
ଚେଷ୍ଟାକରି ମଧ୍ୟ ଆଡେଇ ହୁଏନି
ଚେଷ୍ଟା ହିଁ ଦେଉଛି ବ୍ୟଥା।ା
ଭାରି ଇଚ୍ଛାହୁଏ ଏବେ ବି ଝାଞ୍ଜିରେ
ବୁଲିବାକୁ ପୁଣି ଥରେ।
ଶୈଶବ ହଜିଲା ଦୂର ଦିଗନ୍ତରେ
ଆକାଶ ସେ ପାଖରେ।ା
ହାତ ପାଏନାହିଁ ଧରିବାକୁ ଜହ୍ନ
ମାମୁଁକୁ ହାତ ମୁଠାରେ।
ଶୈଶବ ହଜିଛି କାହିଁ କେତେଦୂରେ
ଖୋଜେ ପୁରୁଣା ବହିରେ।ା
ଏତେ ଯେ ଅଳନ୍ଧୁ ଲାଗିଯାଇଅଛି
ଚିହ୍ନିବାକୁ କଷ୍ଟ ଭାରି।
ଯୌବନ ହଜିଲା ସମୟ ସହିତ
ପାରିନାହିଁ ତାକୁ ଧରି।ା
ହୁତୁହୁତୁ ହୋଇ ଜଳିଗଲା ସବୁ
ରଙ୍ଗ ଝାଞ୍ଜି ଖରାଟାରେ।
ତା'ପରେ ବେସୁରା ସଙ୍ଗୀତ ଲହରୀ
ଆସିଗଲା ଜୀବନରେ।ା
ଋତୁର ନା ବର୍ଷା ।ାା ୭୭
ରଙ୍ଗ ଉଡ଼ିଗଲା ପରେ ସାଧାସାଧା
ଜୀବନର ପୃଷ୍ଠା ସବୁ।
ଆବେଗ ଆସ୍ୱାସ ଦୂରେଇ ଯାଇଛି
ବିଷାଦ କରିଛି କାବୁ।ା
ବେଳ ଗଡ଼ି ସୂର୍ଯ୍ୟ ନଇଁଆସେ ଯେବେ
ପଶ୍ଚିମ ଆକାଶ ତୀରେ।
ଗୋଧୂଳି ସଞ୍ଜରେ ଭେଟ ହୋଇଯାଏ
ଅଜଣା କାହା ସାଥୀରେ।ା
ହାତଧରି ନେଇଯାଏ ବହୁଦୂର
ଚାଲିବାକୁ ସାଥେ ମୋର।
କୁହେ ହେଇ ଦେଖ ଦୂର ଦିଗ୍ବଳୟ
ସାକ୍ଷୀ ଆମ ମିଳନର।ା
ସମୟଟା ଯେବେ କଡ଼ ଲେଉଟାଏ
ସବୁ ଯାଏ ଶୂନ୍ୟ ହୋଇ।
ସେପରି ହୋଇଛି ଜୀବନେ ମୋହର
କେବେ ଭୁଲି ହୁଏ ନାହିଁ।ା
ଆଉ କିଛି ନାହିଁ ଏଇ ଅପରାହ୍ନେ
ଭରି ଗଲାଣି ଶୂନ୍ୟତା ।
ଦୂରରୁ ଶୁଣୁଛି କିଏ ଜଣେ କହେ
"ଜୀବନ ଦୁଃଖର ଗାଥା’।
ସମସ୍ତ ସପନ ହଜିଗଲା ଯେବେ
ଅଜାଣତେ ଅଦିନରେ।
କାହିଁକି ଭାବିବି ହଜିବା ପାଇଁକି
ପୁଣି ନଷ୍ଟ ଗୋଧୂଳିରେ। ।
ଋତୁର ନା ବର୍ଷା ।ାା ୭୮
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ