ଅଧ୍ୟାୟ ୩୦ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଅନୁଭୂତିରୁ ହିଁ ଜନ୍ମ ନିଏ ସଦା
ଜୀବନର ଅଭିଜ୍ଞତା।
ଚାଲିବା ଶିଖାଏ ସଂସାର ଦାଣ୍ଡରେ
ଆଣିଦିଏ ସରସତା।ା
ଜୀବନ ସହଜ କରିବା ପାଇଁକି
ଅଭିଜ୍ଞତା ଅନ୍ତରରେ।
ରହି ପ୍ରବର୍ତ୍ତାଏ ବଂଚିବା କିପରି
ସମୟର ବନାନୀରେ।ା
ଜୀଇଁବାର କଳା ଚେତନା ଭୂମିରେ
ଆପେଆପେ ଉଙ୍କିମାରେ।
ସଂସାର ଚିହ୍ନିବା ସମ୍ପର୍କ ଚିହ୍ନିବା
ସୂତ୍ର ମିଳେ ସହଜରେ।ା
ଜୀବନ ଗଣିତେ ଯେତେ ଜଟିଳତା
ଆବୁଝା ନ ରହେ କିଛି।
ଭଲମନ୍ଦ ଭରା ସଂସାର ଭିତରୁ
ଭଲ ରଖିହୁଏ ବାଛି।ା
ଋତୁର ନା ବର୍ଷା ।ାା ୮୧
ଅନୁଭବ ଦିଏ ନୂଆ ନୂଆ ଜ୍ଞାନ
ହାରିଗଲା ବେଳେ କେବେ।
ଯୋଗାଏ ଯନ୍ତ୍ରଣା ସହିବା ଶକତି
ଧୈର୍ଯ୍ୟ ସହିତ ସେବେ।ା
ହୁଡ଼ିଗଲେ ବାଟ ଦେଖାଇ ଦିଅଇ
ସମ୍ଭାବନା ଦିଏ ଭରି।
ଶୈଶବରୁ ନେଇ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ
ଅଭିଜ୍ଞତା ସାଥୀ କରି।ା
ବିପଦ ଆସିଲେ ସତର୍କ କରାଏ
ସାଧୁ ସାବଧାନ କହି।
ଜୀବନ ପଥରେ ସହଯାତ୍ରୀ ସାଜେ
ତାହାର ତୁଳନା ନାହିଁ।ା
ଋତୁର ନା ବର୍ଷା ।ାା ୮୨
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ