ଅଧ୍ୟାୟ ୩୧ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଲାଜର ଗହଣା ପିନ୍ଧେ ଏଇ ଆଖି
ପ୍ରେମର ଶିକୁଳି ବାନ୍ଧେ।
କେତେ ଯେ ଲୁହର ବରଷା କରେ ସେ
ଶ୍ରାବଣୀ ପରି ସେ କାନ୍ଦେ।ା
କଥା ଦିଏ କଥା ନିଏ ପୁଣି ସାକ୍ଷୀ
ରହି ଯାଏ ଆଖି ପରା।
କେତେ ମିଠା ସ୍ୱପ୍ନ ଦେଖାଏ ସେ ଆଖି
ଦିଏନା ବି କେବେ ଧରା।ା
ଫଗୁଣର ଚିଠି ପଢ଼ଇ ଏଇ ଆଖି
ପ୍ରେମର ଇଷାରା ଦିଏ।
ମଧୁ୍ରଶାଳାର ସାକ୍ଷୀ ଏଇ ଆଖି
ମିଛରେ ଭୁଲେଇ ନିଏ।ା
ମମତାର ଫୁଲ ସାଉଁଟି ଆଣଇ
ମହୁଲ ଫୁଲ ପରିକା କେବେ।
ବିରହ ଦୁଃଖରେ ଝରଝର ଯେବେ
ଅଣାୟତ୍ତ ହୁଏ ସେବେ।ା
ଋତୁର ନା ବର୍ଷା ।ାା ୮୩
ସୁଖ ସମୟରେ ଚଳଚଂଚଳ
ଦୁଃଖେ ହୋଇଯାଏ ମୁଦି।
ଆବେବ ସମୟେ ନରମ ଲାଗଇ
ଉତ୍ସାହରେ ଯାଏ କୁଦି।ା
ଏଇ ଆଖି କେତେକେତେ କଥା କହେ
ଧିମାଧିମା ପତା ତଳେ।
କେତେ ମନ ଚୋରି କରେ ଏଇ ଆଖି
ଚୋରାଚୋରା ଚାହାଣିରେ।ା
କେତେଭାବ କେତେ ରସ ବାଣୀଠାଣି
ଏଇ ଆଖି ଦିଏ ବାଂଟି।
କେତେ ପ୍ରେମ ମଞ୍ଜି ବୁଣିଦିଏ କେବେ
ଦୁଃଖ ନେଇଯାଏ ଖୁଂଟି।ା
କେତେ ଭାବ ଦିଆ ନିଆ ପୁଣି ଏଇ
ଆଖି ସେ ଆଖିକୁ କରେ।
ଏଇ ଆଖି ହୁଏ ପ୍ରଣୟର ମୁଣି
କଜ୍ଜଳ ରେଖାର ତଳେ।ା
ଛାତି ପଥରକୁ ତରଳାଇ ପାରେ
ଏଇ ଆଖି ପରା ଏକା।
ଅନେକ ଗୁମାନ ବିଶାଳ ପ୍ରସ୍ତର
ଭାଙ୍ଗି କରିଦିଏ ଟେକା।ା
ଲୁଣି ଲୁହ ନୀରବରେ ପିଇବାରେ
ଦୁଇ ଆଖି ପରି କିଏ ?
କେତେବେଳେ କିଛି କହିଦିଏ ପୁଣି
କେବେ ନୀରବରେ ରହେ।ା
ଋତୁର ନା ବର୍ଷା ।ାା ୮୪
ଅନେକ କିଛି ବି ଲୁଚି ରହିଯାଏ
ଏହି ଛୋଟ ଆଖିତଳେ ।
କିଛି ବିଡ଼ମ୍ୱନା ଆଶାଙ୍କାରେ ଆଖି
କେବେ ଡରିଡରି ଚଳେ। ।
କେବେ ହସେ ଓଠସହ ମିଶି କେବେ
ପୁଣି ଯିଏ କାନ୍ଦୁଥାଏ।
ସେଇ ଆଖି ସ୍ୱଭାବ ସେ ଆଖି ପ୍ରଭାବ
ମାପି ପାରିଛି କି କିଏ ?
ଋତୁର ନା ବର୍ଷା ।ାା ୮୫
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ