ଅଧ୍ୟାୟ ୩୨ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ବେଳେବେଳେ ଇଚ୍ଛା ହୁଏ ଛୁଇଁ ବାକୁ
ଆକାଶର ଜହ୍ନଟାକୁ।
ବେଳେବେଳେ ଇଚ୍ଛା କଳା ଆକାଶରୁ
ତାରା ଫୁଲ ତୋଳିବାକୁ।ା
ବେଳେବେଳେ ଇଚ୍ଛା ହୁଏ ପାହାଡ଼କୁ
ଦୂରରୁ ଦେଖିବା ପାଇଁ।
ବେଳେବେଳେ ଇଚ୍ଛା ହୁଏ ସାଗରର
ଗଭୀର ମାପିବି ଯାଇ।ା
ବେଳେବେଳେ ଇଚ୍ଛା ହୁଏ କାହିଁକି ଯେ
ଚୁପ୍ ଚାପ୍ ବସିବାକୁ।
ବେଳେବେଳେ ଇଚ୍ଛା ହୁଏ ହୃଦୟର
ଭାଷା ସବୁ ପଢ଼ିବାକୁ।ା
ବେଳେବେଳେ ଖୁସି ଲାଗେ ମଣିଷର
ଦେଖିବାକୁ ଅଭିନୟ।
ବେଳେବେଳେ ଇଚ୍ଛା ହୁଏ ସବୁ ଜାଣି
ରହିଯିବି ହୋଇ ଥୟ।ା
ବେଳେବେଳେ କଷ୍ଟହୁଏ ଛଳନାଟା
ବୁଝିଗଲା ପରେ ମନ।
ବେଳେବେଳେ ଭାରି ଦୁଃଖଲାଗେ ଦେଖି
ମଣିଷ ଚାଲାକ୍ ପଣ।ା
ଋତୁର ନା ବର୍ଷା ।ାା ୮୬
ବେଳେବେଳେ କାଳ ଉଜାଣି ସୁଅଟି
ଭସାଇ ନିଏ ଜୀବନ।
ବେଳେବେଳେ ହଜିଯାଏ ଠିକଣାଟା
ପଚାରେ ନିଜର ମନ।ା
ବେଳେବେଳେ ସବୁ ଜାଣି ଶୁଣି ମୁହିଁ
ମିଛ ଅଭିନୟ କରେ।
ବେଳେବେଳେ ଚିହ୍ନା ମୁହଁକୁ ଚିହ୍ନିବାକୁ
ପଡ଼େ ପୁଣି ଆଉ ଥରେ।ା
ବେଳେବେଳେ କଷ୍ଟ ଫଗୁଣ ବି ଦିଏ
ବଇଶାଖୀ ଝାଞ୍ଜି ପରି।
ବେଳେବେଳେ ମିଛ ଆତ୍ମୀୟ ପଣରେ
ବାନ୍ଧି କଷ୍ଟ ହୁଏ ଭାରି।ା
ବେଳେବେଳେ ଭିଜିବାକୁ ଭଲ ଲାଗେ
ଶ୍ରାବଣ ଆକାଶ ତଳେ।
ବେଳେ ବେଳେ ଆଖିଲୁହ ସବୁ ସେଠି
ଝରିଯାଏ ନିବୃତ୍ତରେ।ା
ବେଳେବେଳେ ମନ ଉପଦେଶ ଦିଏ
ହେବାକୁ ଆକାଶ ପରି।
ବିଶାଳ ଉଦାର ହୃଦୟ ନିକଟେ
ଆଉ କିଏ କହ ସରି ।ା
ଋତୁର ନା ବର୍ଷା ।ାା ୮୭
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ