ଅଧ୍ୟାୟ ୩୩ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଏବେ ମୁଁ ବୁଝିଲି କାହିଁ ମନା କର
ଭିଜିବାକୁ ଶବ୍ଦର ବର୍ଷାରେ।
କାହିଁକି ବା ମନା କର ଚାଲିବାକୁ ଭିନ୍ନ
କେଉଁ ଏକ ବଳୟ ଭିତରେ।
କାହିଁକି ଯେ ମନା କର
ଧରିବାକୁ ମନର ଅଝଟ ପଣେ
ଛିଟ ପ୍ରଜାପତି ।
ଗାଇବାକୁ ଫଗୁଣର ଗୀତ
ନାଚିବାକୁ ଫୁଲ ସହ ନିତି।ା
କାହିଁକି କେଜାଣି ଏବେ ବିବେକର ଚାବୁକଟା,
ବାରମ୍ୱାର ପ୍ରହାର କରୁଛି।
ନିଜକୁ ନିଜେ ମୁଁ ଶତ ଧିକ୍କାର କରିବାକୁ ବାଧ୍ୟ
ଭୁଲ କ’ଣ ହୋଇଲାକି କିଛି ?
ନ ପଚାରି ଆଙ୍କିଦେଲି
ଅଜଣା ଏକ ଚରିତ୍ରର ଚିତ୍ରଟିଏ
ମନ କାନଭାସ ଉପରେ।
ନ ଜାଣି ନ ବୁଝି ଲେଖିଦେଲି
କାହାର ନାମ ନିର୍ଳଜ ଛାତିରେ।
ଋତୁର ନା ବର୍ଷା ।ାା ୮୮
ନ ଜାଣି ନ ଶୁଣି ଦେଲି ମନ ଡାଏରୀକୁ
ଯେଉଁଥିରେ ଲେଖା ତୁମ ସବୁ ସ୍ମୁତି ଗପ ।
ଭୁଲ୍ କ’ଣ ହୋଇଗଲା କିଛି
ଆଭୁଷଣ ଖୋଲି ରାଧା ପରି ହଜିଯିବାଟା
ବିଶ୍ୱାସ ଓ ଭରସା କରିବା ହେଲା
କଳିଯୁଗ ପାପ।ା
ବିବେକକୁ ହଯାଇଛି ଏଇଠି କେଉଁଠି
ସଂସାର ସାଗର କୂଳ
ବାଲି ଅଗଣାରେ।
ତୁମ ପ୍ରତିକ୍ରିୟାରେ ମୁଁ ଜଳୁଅଛି
ବୈଶାଖୀର ଝାଞ୍ଜି ପରି
କିଏ ଥାଉ ବର୍ଷା ଅପେକ୍ଷାରେ
ମୁଁ କିନ୍ତୁ ସିଝୁଛି ଏଠି ଧୁଧୁ ଖରା ବେଳେ
ତୁମ ଦିଆ ଆତ୍ମୀୟ କଷ୍ଟରେ।ା
ଆଖିତଳେ ଲୁହଚାପି
ଛାତିତଳେ କୋହଚାପି
ମିଛ ହସ ହସିଦେଇ।
ନା ମୁଁ କହି ପାରିବିନି ତୁମକୁ
ତୁମେ ସ୍ୱାଧୀନ ତୁମ ମନ ଇଲାକାରେ।
ମୁଁ କିନ୍ତୁ ଅନେକ କିଛି ଲେଖୁଛି
ଯାହା ଅଛି ମୋ ଛାତି ଭିତରେ।
ପରିବର୍ତ୍ତନର ଗଜଲ ଗାଉଛି ସାରା ରାତି
ନିଜେ ଅର୍ଜିଥିବା ନିଜ ଯନ୍ତ୍ରଣା ଗୁମ୍ଫାରେ।ା
ଋତୁର ନା ବର୍ଷା ।ାା ୮୯
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ