ଅଧ୍ୟାୟ ୩୪ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ମନର ଯମୁନା କୂଳରେ ବିରହି
ରାଧିକା ସାଜିଲି ଆଜି।
ଅତୀତ ହୋଇଛି ମୋ ପାଇଁ କେବଳ
ଜୀବନର କିଛି ପୁଞ୍ଜି।ା
ଗଢ଼ିଲି ଲୁହର ସାଗର କୂଳରେ
ଆବେଗ ତାଜମହଲ।
ତୁମ ବିରହରେ ଅଶାନ୍ତ ମନରେ
ଗାଇଛି ଗୀତ ଗଜଲ।ା
ଭଗ୍ନ ମନ୍ଦିରେ ତୁମ ବିନା ସାଥୀ
ପ୍ରେମର ପ୍ରଦୀପ ଜାଳି।
କୋହର ଆଳତୀ ସମୟରେ ବ୍ୟଥା
ଝଙ୍କାର ସାଥୀ ତୋଳି।ା
ଅଧା ଭଙ୍ଗା ଏଇ ମନ କୋଣାର୍କର
ବିରହୀ ଶିଳ୍ପୀଟେ ମୁହିଁ ।
ମନ ଶାନ୍ତ ପାଇଁ ଖୋଦିତ ମିଳନ
ଚିତ୍ର ଆଙ୍କେ ତୁମ ପାଇଁ।ା
ଫଗୁଣ ହସୁଛି ଫୁଲର ରଙ୍ଗରେ
ବେଶ୍ ମତୁଆଲା ହୋଇ।
ମୁଁ ଜଳୁଛି ସାଥୀ ବିରହ ନିଆଁ ରେ
କେବଳ ତୁମରି ପାଇଁ।ା
ଋତୁର ନା ବର୍ଷା ।ାା ୯୦
ବିରହ ନିଆଁରେ ଯାଉ ଜଳି ଯାଉ
ଋତୁରାଜ ବସନ୍ତଟା।
ଲାଗିଯାଉ ନିଆଁ ଗୋଲାପ ବଣରେ
ପ୍ରେମ ହେଲା ଯେବେ କଂଟା।ା
ପ୍ରେମ ନୁହେଁ ନିଆଁ ତଥାପି ସେ ଜଳେ
ଆଜି ହୁତୁହୁତୁ ହୋଇ।
ବିରହ ବତୁରା ଛାତିରେ କେତେ ଯେ
ଯନ୍ତ୍ରଣା ନ ହୁଏ ସହି।ା
ମିଳନ ଝଙ୍କାର ତୋଳି ପୀରତିର
ଗୀତ ଗାଇ ଆସିଥିଲ।
ଅବସ ମନରେ ପ୍ରୀତିର ମଲମ
ବୋଳି ସୁଖି କରିଥିଲ।ା
ଅନେକ ଭିଡ଼ରେ ଜୀବନରେ ତୁମେ
ଚିହ୍ନା ମୁହଁ ଏ ଆଖିରେ।
ତୁମବିନା ସାଥି ବଂଚିବାଟା ଭାରି
କଷ୍ଟ ଲାଗେ ସତରେ।ା
କୋଇଲି ଗାଉଛି ଫଗୁଣକୁ ଦେଖି
ଗୀତ ତା’ର ମିତ ପାଇଁ।
ଏ ଫଗୁଣ ଜାଳେ ବିରହରେ ମୋତେ
ଆଶ୍ୱାସନା ମିଳେ ନାହିଁ।ା
ତୁମେ ନାହଁ ସାଥି ଭାରି କଷ୍ଟ ହୁଏ
ଭଙ୍ଗା ମୋ ଏଇ ମନରେ।
ଫଗୁଣକୁ ଦେଖି କାହିଁକି କେଜାଣି
ତୁମକୁ ଏ ମନ ଝୁରେ।ା
ଋତୁର ନା ବର୍ଷା ।ାା ୯୧
ମିଳନ ବିଗୁଲ ବଜାଇ ଫଗୁଣ
ଯେବେ ଗୀତ ଗାଉଥାଏ।
ଏ ମନ ବୀଣାରେ ବିରହ ସଙ୍ଗୀତ
ଆପେ ଆପେ ବାଜିଯାଏ।ା
କହି ବି ହୁଏନା ସହି ବି ହୁଏନା
ଦେଖାଇ ହୁଏନା ତାକୁ।
ମନ ଜଳୁଥାଏ ଗୁମୁରି ଗୁମୁରି
ଖୋଜି ମନ ମଣିଷକୁ।ା
ବିରହ ବତୁରା ଛାତିରେ ଲେଖିଛି
କେବଳ ତୁମରି ନାମ।
ରାଧା ପରି ମନ ଝୁରି ହୁଏ ଖାଲି
ତୁମ ସେ ଅଭୁଲା ପ୍ରେମ।ା
ଦେଖାଇ ହୁଏ ନା ଭିତରେ ଭିତରେ
କଷ୍ଟପାଏ ନିତି ନିତି।
ପ୍ରେମ ପାଇଁ ସାଥୀ ଗାଉଛି ବିଧୁରେ
ବିରହର କ୍ଲାନ୍ତ ଗୀତି।ା
ଋତୁର ନା ବର୍ଷା ।ାା ୯୨
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ