ଅଧ୍ୟାୟ ୩୫ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଅଳସୀ ସନ୍ଧ୍ୟାରେ ଯେବେ ଧୀରେଧୀରେ
ମନର ଝରକା ଖୋଲେ।
ମୁରୁକି ମୁରୁକି ହସି ଦେଇ ଜଣେ
ଲୁଚିଯାଏ କୌତୁହଳେ।ା
କାହାର ପାଦର ପାଉଁଜି ଶବ୍ଦରେ
ମନହୁଏ ଆନମନା।
କାହାର ମଧୁର ସ୍ୱର ଶୁଭିଯାଏ
ଭରିଯାଏ ଉଦ୍ଦିପନା।ା
କିଏ ସେ ଲଳନା ମନର ଝରକା
ଦେଇ ଗଲା ସଞ୍ଜବେଳେ।
ତା'ର କବରୀର ବାସ୍ନା ମୋ ମନକୁ
ଛୁଇଁ ଦେଲା ଅବହେଳେ।ା
ଭ୍ରମ ସୃଷ୍ଟି କରେ କାହାର ଛାଇଟି
ଲାଗେ ଟିକେ ଚିହ୍ନା ଚିହ୍ନା।
ଏତେ ଶୀହରଣ କାହିଁକି ଦେହରେ
ସିଏ କି ମୋ ପ୍ରିୟତମା ?
ଆସିଥିଲା ଯିଏ ସେଦିନର ତୋଫା
ଚାନ୍ଦିନୀରେ ଚାନ୍ଦ ହୋଇ।
ଜିଦ୍ଦି କରିଥିଲା ହୃଦୟ ଭିତରେ
ରହିଯିବ ହୋଇ କଇଁ।ା
ଋତୁର ନା ବର୍ଷା ।ାା ୯୩
ନିରୁତ୍ତର ବୋଧେ କଷ୍ଟ ଦେଇଥିଲା
ପ୍ରିୟତମା ଫେରିଗଲା।
ଛାଇମିଶା ଏଇ ଆଲୁଅ ଭିତରେ
ଆସି ପୁଣି ହଜିଗଲା।ା
ପାଇଲିନି ଖୋଜି ତୁମକୁ ମୁଁ ସାଥୀ
ସେଦିନୁ ଖୋଜୁଛି ଖାଲି।
ବେଳେବେଳେ ଭାବେ ଦେଖାଦିଅନ୍ତ କି
ଦୁଃଖ ବି ଯାଆନ୍ତା ଚାଲି।ା
ଏମିତି ବି ଯଦି କେହି ଆସିଯାଏ
ଜୀବନର ପରିଧିକୁ।
ମନ ପ୍ରାଙ୍ଗଣରେ ସୁନ୍ଦର ରଙ୍ଗୋଲି
କିଛି କିଛି ଆଙ୍କିବାକୁ।ା
ତଥାପି ମୋ ମନ ମାନେନାହିଁ ଯମା
ନିଛାଟିଆ ସମୟରେ।
ରହିଥାଅ ତୁମେ ପ୍ରିୟତମା ହୋଇ
ହୃଦୟରେ ଆବେଗରେ।ା
ସତରେ ତୁମେ ମୋ ସାଥୀରେ ନ ଥାଅ
ଭିଜାଇ ଦେବାକୁ ମୋତେ।
ତଥାପି ଭିଜୁଛି ନୀରବତାରେ ମୁଁ
ଜାଣେନା ଆୟୁଷ କେତେ ।ା
ଋତୁର ନା ବର୍ଷା ।ାା ୯୪
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ