ଅଧ୍ୟାୟ ୩୭ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ବୟସଟା ସିନା ଗଡ଼ିଯାଏ ଧୀରେ
ଦାଗ ଲାଗେନା ମନରେ।
ଜୀବନଟା ବଡ଼ ବିଚିତ୍ର ସଖୀ ଲୋ
ଭାସିଯାଏ ସମୟରେ।ା
ଫଗୁଣ ପରସ ପରେ ବଇଶାଖୀ
ଋତୁଚକ୍ରରେ ଯେମିତି।
ସେମିତି ଏ ଚର୍ମ ଯାଏ ନଇଁ ସିନା
ଏ ମନ ଥାଏ ସେମିତି।ା
ଅଜର ଅମର ନୁହେଁ ଏ ଶରୀର
ଅଟଇ ମନର ଘର।
ମନ ଯେବେ ଲାଗେ ସବୁଜ ସବୁଜ
ଗଢ଼େ ସ୍ୱପ୍ନର ମହଲ।ା
ସମୟ ଆଗାଏ ଅବିରାମ ହୋଇ
ଘଂଟା କଂଟା ଚାଲେ ଧୀରେ।
ମନ ଫୁଲବନ ଝାଉଁଳେନା କେବେ
ସବୁବେଳେ କଢ଼ ଧରେ।ା
ଋତୁର ନା ବର୍ଷା ।ାା ୯୯
ବୟସ କେବଳ ସଂଖ୍ୟା ହୁଏ ଏଠି
ମନ ଏଠି ଫୁଲବନ।
ନିତି ଫୁଟେ ଝରେ କେତେ ଯେ ଗୋଲାପ
ସଂଖ୍ୟା ଯା'ର ଅକଳନ।ା
ଚର୍ମ ନଇଁଯାଏ ଭାଙ୍ଗ ପଡ଼ିଯାଏ
ମୁହଁ ଆଉ ଦେହେ ସିନା।
ହେଲେ ବୟସର ଦାଗଟି କେବେ ବି
ମନରେ ଥରେ ଲାଗେନା।ା
ଜୀବନ ଏମିତି ବୃକ୍ଷଟିଏ ସଖୀ
ମନଟି ଲୋଟଣୀ ପାରା।
ଗୁମୁରି ଗୁମୁରି ଗାଉ ଥାଏ ଗୀତ
ସିଏ ତ ଜୀବନ ସାରା।ା
ମନରେ ଲାଗେନା ପାପ ତାପ ଭଲ
ମନ୍ଦ ସଦା ସେ ପବିତ୍ର ।
ବାହ୍ୟ ଆବରଣ ଚାକଚକ୍ୟ ଦେହ
ଜୁଇରେ ସରି ଯିବତ।ା
ଚିରସବୁଜିମା ଭରା ଏ ମନଟି
ଘଟ ବଦଳାଇ ଦିଏ।
ନ ଥାଏ ମରଣ ସଦା ସେ ଅମର
ଶାସ୍ତ୍ର ମତ ପରା ଇଏ।ା
ଋତୁର ନା ବର୍ଷା ।ାା ୧୦୦
ଯିଏ ମନ ସିଏ ଆତ୍ମା ପଞ୍ଚେନ୍ଦ୍ରିୟ
ମେଳେ ଥାଏ ସିଏ ରହି।
ପାପ ତାପ ସବୁ ଶରୀର ଭୋଗଇ
ମନ ଯାଏ ଦୂରେ ରହି।ା
ଜରା ଶୋକ ଭୟ ମୃତ୍ୟୁ ତାକୁ କେବେ
ଛୁଏଁ ନାହିଁ ସଂସାରରେ।
ମନ ବୃନ୍ଦାବନ ସବୁ ବେଳେ ସେଠି
ବଂଶୀ ବାଜେ ମଧୁସୁରେ ।ା
ସବୁଜ ବନାନୀ ଏଇ ମନ ଭୁଇଁ
ଆଶ୍ଚର୍ଯ୍ୟର ପରିସର।
ଉଡୁଥାଏ ସେଠି ଛିଟ ପ୍ରଜାପତି
ଝାଡ଼ି ଡେଣା ସପନର।ା
ଋତୁର ନା ବର୍ଷା ।ାା ୧୦୧
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ