ଅଧ୍ୟାୟ ୩୮ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଘରେ ଖୋଜୁଅଛି ବାହାରେ ଖୋଜୁଛି
ଦେଖୁଛି ଦୁନିଆଁ ହାଟ।
ସବୁଠାରେ ଖାଲି ଜନ୍ତୁଙ୍କ ଗହଳି
ନ ହେଲା ମଣିଷ ଭେଟ।ା
ଛଳନାରେ ଏଠି ବିଲୁଆ କିଏ ସେ
କାମନାରେ ପକ୍କା ଓଧ।
ସ୍ୱାର୍ଥ ପାଇଁ କିଏ ଅଜଗର ସାଜେ
ଜାଣି ସିଆଣିଆ ଗଧ।ା
ସରଳ ପଣିଆ ସଉଦା ପାଇଁକି
ଅନେକ ଶାଗୁଣା ଏଠି।
ଡେଣା ମେଲି ଖାଲି ଶିକାର ଖୋଜନ୍ତି
ମେଲାରଖି ପଞ୍ଝା ପାଟି।ା
ଯାହାକୁ ଦେଖୁଛି ମଣିଷ ରୂପରେ
ଭଲ ଅମଣିଷଟିଏ।
ବିଚାର ବିବେକ ହଜାଇ କେଉଁଠି
ବାହାଦୁରି ଖୋଜୁଥାଏ।ା
ଦେଖିଲେ ସଂସାର ଅତି ନିକଟରୁ
ଡର ବି ଲାଗୁଛି ଭାରି।
ଋତୁର ନା ବର୍ଷା ।ାା ୧୦୨
କେମିତି ବଂଚିବ ଦୀର୍ଘ ଭବିଷ୍ୟତ
ଆଦର୍ଶ ହୋଇଲେ ଚୋରି।ା
ଯାହାକୁ ଦେଖିବ ସବୁ ଲକ୍ଷ୍ୟଚ୍ୟୁତ
ଅବା ସବୁ ବାଟବଣା।
କେମିତି ଗଡ଼ିବ ଜାତି ନନ୍ଦିଘୋଷ
ସମୟକୁ ତାହା ଜଣା।ା
ମମତାର ମୂଲ ଖୋଜନା ଆଉ ସେ
ଝରଣା ଗଲାଣି ଶୁଖି।
ସବୁଠି କେବଳ ଗଣିତ ରାଜୁତି
ଲାଭ କ୍ଷତି କେତେ ବାକି।ା
ପଶୁଟି ଭିତରେ ବିଚାର ରହିଛି
ମମତାକୁ ବୁଝି ପାରେ।
ସ୍ନେହ ଟିକେ ଦେଲେ ଆସି ନିକଟକୁ
ଆନୁଗତ୍ୟ ରକ୍ଷାକରେ।ା
ବୁଲା କୁକୁରକୁ ଗଣ୍ଡେ ଖାଇବାକୁ
ଯଦି କେବେ ଦେଇଦେଲ।
ଘରଜଗି ବସିଥିବ ଦିନସାରା
କରିବନି କଲବଲ।ା
ଗାଈଟିଏ ଘରେ ରଖି ସେବା କଲେ
କ୍ଷୀର ଦେଇ ଋଣ ସୁଝେ।
ଶୁଆଟିଏ ପୋଷିଥିଲେ ନିଜ ଘରେ
ରାମ ନାମ ନିତି ଭଜେ।ା
ଋତୁର ନା ବର୍ଷା ।ାା ୧୦୩
ମଣିଷ ପୋଷିଲେ ଲାଭ କେତେ ମିଳେ
ବୁଝାଇବା ଲୋଡ଼ା ନାହିଁ।
ପେଟ କାଟି ଯେଉଁ ସନ୍ତାନ ଗଢ଼ିଛେ
ସିଏ ବି ଯାଏ ଦୂରେଇ।ା
ଆଜି ନ ହେଲେ ବି କାଲି ତା'ର ଫଳ
କେବଳ ଧୋକା ହିଁ ଥାଏ।
ଅପ୍ରିୟ ହେଲେ ବି ସତ କଥା ଜାଣି
ସାଧୁ ସାବଧାନ ହୁଏ।ା
ବନ୍ଧୁ ବୋଲି ଯଦି ଭାବିବ କାହାକୁ
ଜାଣିଥା ବିଶ୍ୱାସ ନାହିଁ।
ସ୍ୱାର୍ଥ ସରିଗଲେ ବନ୍ଧୁ ଫେରିଯାଏ
କଳିଯୁଗ ପରା ଏଇ।ା
ବିଶ୍ୱାସ ଭରସା ମଣିଷ ପଣିଆ
ଆଉ ମିଳେନା କେଉଁଠି।
ମିଛ ବନ୍ଧନରେ ମନ ଅଜଥାରେ
ଘାଂଟି ହୁଏ ଯାହା ଏଠି।ା
ମଣିଷ ପଣିଆ ଖୋଜନି ସଂସାରେ
ମଣିଷ ତ ହଜିଗଲେ।
ଅମଣିଷ ପାଖେ ଖୋଜିଲେ ମଣିଷ
ଆଉ କି ମଣିଷ ମିଳେ।ା
ସମ୍ପର୍କଟା ଲାଗେ ଅଡୁଆ ସୂତାର
ଖିଅ, ମିଳେନାହିଁ ମୂଳ।
କେମିତି ଗୁନ୍ଥିବି ସମ୍ପର୍କର ହାର
ସବୁତ ମଉଳା ଫୁଲ।ା
ଋତୁର ନା ବର୍ଷା ।ାା ୧୦୪
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ