ଅଧ୍ୟାୟ ୩୯ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କାହିଁକି ଦେଉଛ ମିଛ ଆଶ୍ୱାସନା
ଭାଙ୍ଗେ ମନ ବାରମ୍ୱାର।
ତୁମେକି ଜାଣନା ଏ ଆଶ୍ୱାସନାରେ
ବନ୍ଧା ମୋ ଜୀବନ ସ୍ୱର।ା
କାହିଁକି ବୁଣିଛ ମିଛମଞ୍ଜି ପୁଳେ
ପ୍ରତାରଣା ମଧୁର ଜାଲ।
ତୁମରି ମିଛ ଶବ୍ଦର ମାୟାରେ
ମନ ମୋ ହୁଏ ଦୁର୍ବଳ।ା
ମିଛ ଆଶ୍ୱାସନା ମିଛର ଦଂଶନ
ଛଟପଟ ପ୍ରାଣ ହୁଏ।
ମନର ଦରଜା ଦର ଆଉଜା ତ
ଭୟାତୁରେ ମରିଯାଏ ।ା
ସତ୍ୟର ରଙ୍ଗୀନ ଆବରଣ ତଳେ
ଲୁଚିଛି କପଟ ବିଷ।
ଜାଣି ନ ପାରି ଏ ଅବୁଝା ହୃଦୟ
ଖୋଜେ ମିଛ ପ୍ରେମ ସ୍ପର୍ଶ।ା
ପ୍ରତିଟି ନିଶ୍ୱାସେ ଛଳନାର ଗନ୍ଧ
ବାରି ହୋଇ ଯାଏ ଆଜି।
ଋତୁର ନା ବର୍ଷା ।ାା ୧୦୫
ଅଧରରେ ଏଇ ମିଥ୍ୟାର ହସକୁ
ପାରୁଛି ଆଜି ମୁଁ ବୁଝି।ା
ସମ୍ପର୍କର ସେହି ପବିତ୍ର ବେଦୀରେ
ସ୍ୱାର୍ଥର ନିଷ୍ଠୁର ଫାଶ।
ଭାଙ୍ଗିଯାଏ ମନ କାଚଘର ପରି
ଟୁକୁଡ଼ା ରହେ ଭଗ୍ନାଂଶ।ା
କାହିଁକି ଦେଉଛ ମିଛ ଆଶ୍ୱାସନା
ତୀବ୍ର ଦୁଃଖ ବାରମ୍ୱାର
ଜଳୁଛି ଜୀବନ ଅଦେଖା ଜୁଇରେ
ଅବିଶ୍ୱାସ ଘୃତ ଢାଳ।ା
ବେଶୀ ବେଶୀ ଏଠି ମିଛର ପସରା
ସତ୍ୟ ଅସହାୟ ଆଜି।
ପୀରତି ନାମରେ ଅଭିନୟ ଚାଲେ
ହୃଦୟକୁ ଦେଇ ବାଜି।ା
ହେଉ ପଛେ ମିଛ ହେଉ ପଛେ ଛଳ
ତୁମ ପ୍ରିୟ ଆଶ୍ୱାସନା।
ଜାଣିଶୁଣି ଆଜି ତପ୍ତ ବାଲୁକାରେ
ଖୋଜୁଛି ଟିକି ଝରଣା।ା
ମନ ଭାଙ୍ଗିଗଲେ ମନ ଲୋଡ଼ି ଥାଏ
ମିଠା କଥା ପଦୁଟିଏ।
ଯେଉଁଠି ମିଳେ ପଦେ ମିଠା କଥା
ପ୍ରୀତିର ଝରଣା ବୋହେ।ା
ଋତୁର ନା ବର୍ଷା ।ାା ୧୦୬
ହେଉ ପଛେ ଆଶ୍ୱାସନା ଖାଲି ଏଇ
ମନ ବୁଝାଇବା ପାଇଁ ।
କ୍ଷଣିକ ଭଙ୍ଗୁର ଏଇ ଦୁନିଆରେ
ନୁହଁନ୍ତି କାହାର କେହି।ା
ସାନ୍ତ୍ୱନା ଯେଉଁଠି ମିଳେ ଟିକେ ଟିକେ
ମନଟା ଆଉଜି ଯାଏ।
ମିଛ ବୋଲି ଜାଣି କାହିଁକି କେଜାଣି
ଏ ମନ ଆଦରି ନିଏ।ା
ଋତୁର ନା ବର୍ଷା ।ାା ୧୦୭
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ