ଅଧ୍ୟାୟ ୪୦ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଛପି ଛପି ଆସେ ଫୁଲେଇ ଫଗୁଣ
ମିଳନର ଗୀତ ଗାଇ।
ଫୁଲ ସବାରୀରେ ବସିଛି ଖୁସିରେ
ରଙ୍ଗର ପସରା ନେଇ।ା
ମୃଦୁମୃଦୁ ବାଆ ବୋହିଲାଣି ପରା
ବଉଳ ବି ବାସିଲାଣି।
ଫଗୁଣ ଆସୁଛି ବୋଲି ତୋଟାମାଳୁ
କୁହୁତାନ ଶୁଭିଲାଣି।ା
ଫଗୁଣ ସହିତ ରଙ୍ଗର ସମ୍ପର୍କ
କୃଷ୍ଣଚୂଡ଼ା କହିପାରେ।
ପ୍ରଜାପତି ଉଡ଼ଲେଣି ଆନନ୍ଦରେ
ସବୁ ଫୁଲ ବଗିଚାରେ।ା
ମଳୟ ଆଣୁଛି ମୃଦୁ ଶୀହରଣ
ଉସୁକାଇ ପ୍ରୀତି ଆଶା।
ମନ ଚୋରି ହେବା ସମ୍ଭାବନା ବଢ଼େ
ପ୍ରେମରେ ଆସେ ଭରସା।ା
ରଙ୍ଗର ଅବିର ଛାଟି ହୋଇ ଯାଏ
ଫୁଲଠାରୁ ମନ ଯାଏ।
ଋତୁର ନା ବର୍ଷା ।ାା ୧୦୮
ଭାରି ମିଠା ଏଇ ଫଗୁଣ ଛୁଆଁଟା
ମାଦକତା ଭରି ଦିଏ।ା
ଫଗୁଣ ରଙ୍ଗରେ କେତେ ଅନୁରାଗ
ପ୍ରଜାପତି ଜାଣିଥାଏ।
ପ୍ରକୃତି ବିଭୋର ପ୍ରେମର ପରଶେ
ମନ ଝୁମିଝୁମି ଯାଏ।ା
ନୂଆ ଆଶା କିଛି ନୂଆ ସ୍ୱପ୍ନ କିଛି
ଜାବୁଡ଼ି ନିଏ ମନକୁ।
କହିହୁଏ ନାହିଁ ନୂତନ ପୁଲକ
ଚଂଚଳ କରେ ପାଦକୁ।ା
ଏବେ ବି ଲାଗୁଛି ରଙ୍ଗିଲା ରଙ୍ଗିଲା
ବୟସ କରୁଛି ମନା।
ଜାଣିପାରୁ ନାହିଁ କାହିଁକି ହେଉଛି
ବାରମ୍ୱାର ଆନମନା।ା
ଋତୁର ନା ବର୍ଷା ।ାା ୧୦୯
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ