ଅଧ୍ୟାୟ ୪୧ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ହେଲେ ମୋ ପାଖରେ ଏତେ ସମୟ କାହିଁ ଯେ!
ମୋ ଚାରିପାଖରେ ଜଞ୍ଜାଳମାନେ
ଭିଡ଼ ଜମାଇଛନ୍ତି ଜନ୍ଦା ପିମ୍ପୁଡ଼ି ପରି
ତାଙ୍କ ଇଚ୍ଛାମତେ।
ନା ମୁଁ ଚେଷ୍ଟା କରି ସେମାନଙ୍କୁ ଆଡ଼େଇ ପାରୁଛି
ନା ସେମାନଙ୍କଠାରୁ ଦୂରେଇ ପାରୁଛି
ବୋଧହୁଏ ସହିବାକୁ ଅଛି
ପୂର୍ବ ଜନ୍ମ କେଉଁ ପାପର ପ୍ରାୟଶ୍ଚିତ ମୋତେ।ା
ପଢ଼ିବାକୁ କାହାର ବି ଜୀବନୀକୁ
ଆଖି ତେଢ଼ÿିତେଢ଼
ସମୟ କି ଆଗ୍ରହ ବି ନାହିଁ ।
ଥରେ ନିରବତା ସହ ସଙ୍ଗାତ ବସିଲେ
ଅଜାଣତ ଅଭ୍ୟାସଟା ଆବୋରେ ଜୀବନ
ସମୟ ମିଳୁଛି ଆଉ କେତେବେଳେ କାହିଁ ?
ମୋର ଜୀବନ ତ ଏକ ଇତିହାସ
ଯାହା କେହି ପଢ଼ିବି ନାହାଁନ୍ତି।
ଅବା ସ୍ମୃତିର କେଉଁ ପୁରୁଣା ଦସ୍ତାବିଜ
ଯିଏ ସାକ୍ଷୀ ମୋର ପ୍ରତୀକ୍ଷାର
କାହିଁକି ଜାଳୁଛି ଦୀପ ଉଜାଗରେ ରହେ
ଆଶା ରଖି କାଳେ ହଠାତ୍ ଆସିବ ପାହାନ୍ତି।ା
ଋତୁର ନା ବର୍ଷା ।ାା ୧୧୦
ଶ୍ରଦ୍ଧାର ମନଟେ ନେଇ ଚାହେଁ ଏଣେତେଣେ
କେଉଁଠି ତ କେହି ନାହିଁ କେବେ
ଯାହାକୁ ଖୋଜୁଛି ମୋର ମନପ୍ରାଣ।
ଏଇ ଯେଉଁ ଦୂର ଅରଣ୍ୟ ଦିଶୁଛି ଅସ୍ପଷ୍ଟ
ପାହାଡ଼ ଉପରେ ଦିପ୍ଦିପ୍ ଆଲୁଅଟା
ଜଳୁଛି କେବେଠୁ ଧୀରେ, ହୋଇ ମଧ୍ୟ କ୍ଷିଣ।ା
ମୁଁ ଖୋଜୁଛି ଏବେ ମୋର ମନର ମଣିଷ
ଅଛି କି ଏଠି କେଉଁଠି ତପସ୍ୟା ଫଳରେ?
ଆସିବ ବୋଲି ସେ କହି ନଥିଲା କେବେବି
ହେଲେ ଯୁଗ ପରେ ଯୁଗ ଅନାୟାସେ ସରେ ।ା
ଶ୍ରମଣା ମୁଁ କରିଛି ଅପେକ୍ଷା
ପାଦ ଧୋଇ ଦେବି ତୁମ
ମୋ ଆଖି ଲୁହରେ।
ତାପରେ ପୋଛିବି ପାଦ ସନ୍ତର୍ପିତ ହୋଇ
ମୋର ଏ ଚିରା ପିନ୍ଧା ପଣତ କାନିରେ।ା
ଅପେକ୍ଷାର ଅନ୍ତ କେବେ ହେବ ଯେ କେଜାଣି?
ଆସିବ ତୁମେ ତ ନିଶ୍ଚେ
ମୋର ଏଇ ହୃଦୟ ଦୁଆରକୁ।
ଅପେକ୍ଷାର ଶେଷ କରି
ବିତିଯାଉ ଯୁଗ ପରେ ଯୁଗ
ତଥାପି ମୁଁ କରୁଥିବି ପ୍ରତୀକ୍ଷା ତୁମକୁ।ା
ଶ୍ରମଣାର ଅପେକ୍ଷାରେ ଅଛି ମୁହିଁ
ଆସିବ ନିଶ୍ଚୟ ତୁମେ,ମୋର ପ୍ରାଣପତି।
ଏଇ ଭଙ୍ଗା ହୃଦୟର ଦୁଆରକୁ ଦିନେ
ଦେବାପାଇଁ ମୋତେ ମୋର ଯନ୍ତ୍ରଣାରୁ ମୁକ୍ତି।ା
ଋତୁର ନା ବର୍ଷା ।ାା ୧୧୧
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ