ଅଧ୍ୟାୟ ୪୨ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କଥା ସିନା ଦେଇଦେଲି ମୁଁ ସେଦିନ
ଚାଲିବାକୁ ସାଥୀ ହୋଇ।
ଜୀବନ ରାସ୍ତାରେ ପାଖାପାଖି ହୋଇ
ହାତ ତୁମ ଧରି ନେଇ।ା
ସବୁ କଥା କ’ଣ ରଖି ହୁଏ ଏଠି
ଆଶ୍ୱାସନା ପରା ଖାଲି।
ସମୟ ସହିତ ଚାଲୁଥିବା ବେଳେ
ହୋଇଯାଏ କିଛି ଭୁଲି।ା
ମନରେ ବିଷାଦ ଅଳନ୍ଦୁ ଲାଗିଲେ
କଥା କ’ଣ ମନେ ରହେ।
ତେଲ ଓ ଲୁଣର ସଂସାର ଭିତରେ
ଚଳିବାଟା କଷ୍ଟ ହୁଏ।ା
ଆଦ୍ୟ ଯଉବନ ଫଗୁଣ ବନରେ
ସ୍ୱପ୍ନ ସବୁ ସାଉଁଟିଛି ।
ଅପରାହ୍ନେ ଯାହା ତାଳଗଛ ଛାଇ
ଆଶ୍ରାକରି ବଂଚିଅଛି।ା
ସତରେ କି ଚାଲି ହୁଏ ସମାଜର
ନାଲି ଆଖିଠାର ମାନି ?
ଋତୁର ନା ବର୍ଷା ।ାା ୧୧୨
କଥା ଦେଇ କଥା ରଖିବାଟା କଷ୍ଟ
ଏ କଥା ନ ଥିଲି ଜାଣି।ା
ଖାଲି କ’ଣ ଥରେ ହାତ ଧରି ନେଲେ
ଆଶ୍ରା ମିଳି ଯାଏ କାହିଁ ?
ଜୀବନ ତମାମ ଚାଲିବାକୁ ହୁଏ
କଥାର ବୋଝକୁ ବୋହି।ା
ଶୈଶବୁ ବାର୍ଦ୍ଧକ୍ୟ କେତେ ଦୀର୍ଘପଥ
ଏଇ ଜୀବନର ରାସ୍ତା।
ଘାତ ପ୍ରତିଘାତ ଅନେକ ସମୟେ
ଆଣିଦିଏ ଦୂରାବସ୍ଥା।ା
ଅନୁଭବ କହେ ଏ ଦୀର୍ଘ ରାସ୍ତାରେ
ମରୁଭୂମି ତାତି ଅଛି।
ବୈଶାଖୀର ଝାଞ୍ଜି ସହିତ କୁହୁଡ଼ି
ଘେରା ପଥ ମଧ୍ୟ ଅଛି।ା
ଶ୍ରାବଣ ଆସିଛି ଭିଜାଇ ଦେଇଛି
ଭରି ଶୀହରଣ କେତେ।
ଫଗୁଣ ଦେଇଛି ମିଠା ମିଠା ଛୁଆଁ
ମନେ ନାହିଁ ସବୁ ଏତେ।ା
ଜାଣିଛି ବାଟକୁ ଚାଲୁଚାଲୁ ପୁଣି
ଥକି ଯିବ ପାଦ ଧୀରେ।
ତଥାପି ପହଂଚିବାକୁ ହେବ ସେହି
ଅପହଂଚ ଇଲାକାରେ।ା
ଋତୁର ନା ବର୍ଷା ।ାା ୧୧୩
ପାରିବକି ଚାଲି ସାଥେ ମୋର ସଖୀ
ଏଇ ଅମଡ଼ା ବାଟରେ
ମିଶି ତୋଳିଥିବା ସୁଖଦୁଃଖ ଫୁଲ
ଏଇ ଜୀବନ ରାସ୍ତାରେ।
ପଥ ଯେ ଅନେକ ଦୂର ଆଖି ଜମା
ପାଉ ନାହିଁ ସଖୀ ମୋର।
ତଥାପି ନ ଛାଡ଼ି ହାତ ଚାଲୁଥିବା
ଗାଇ ଗଜଲ ପ୍ରୀତିର। ।
ଋତୁର ନା ବର୍ଷା ।ାା ୧୧୪
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ