ଅଧ୍ୟାୟ ୪୩ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କାହିଁକି କେଜାଣି ଆଜି ଏ ମଳୟ
ମିଠା ଛୁଆଁ ଦେଉ ନାହିଁ।
ନୀରବି ଯାଇଛି ମନପକ୍ଷୀ ମୋର
ଗୀତ ଜମା ଗାଉ ନାହିଁ।ା
ମିଳନ ଫଗୁଣ ଆଡ଼ଋଷା ଦିଏ
ତୁମେ ନାହଁ ବୋଲି ଆଜି।
ଫଗୁଣ ହାତରେ ଯାଇଥିଲା ଚିଠି
କେଉଁଠି ଗଲା ସେ ହଜି।ା
ମନ ବୃନ୍ଦାବନ ଆଜି ଖାଲି ଖାଲି
ବାଜେନା ମିଳନ ବଂଶୀ।
ଝୁମ୍ଝୁମ୍ ହୋଇ ବାଜୁନି ପାଉଁଜି
କେଉଁଠି ଗଲା କି ହଜି ?
ସପନ କାହିଁକି ଆଖି ବାଡ଼ ଡେଇଁ
ଆସିବାକୁ କଲା ମନା।
ତୁମେ ନାହଁ ବୋଲି ବୟସ ଢେଉରେ
ପହଁରି ପାରୁନି ଜମା।ା
ଫଗୁଣ ଦେଇଛି ନାଲି ଓଢ଼ଣୀକୁ
କେମିତି ଢାଙ୍କିବି ମୁହିଁ ।
ତୁମେ ପାଖେ ଥିଲେ ଲାଜର ଓଢ଼ଣୀ
ସିନା ଲୋଡ଼ା ଦେହ ପାଇଁ।
ଋତୁର ନା ବର୍ଷା ।ାା ୧୧୫
ମନ ଫୁଲ ବନ ଝାଉଁଳି ପଡ଼ିଛି
ଗୋଲାପ ଗଲାଣି ଝଡ଼ି।
ରଙ୍ଗର ଫଗୁଣ ଘୁମେଇ ଯାଇଛି
ଅଭିମାନ ମନେ ଭରି।ା
ଆସନ୍ତନି ଫେରି ଏଇ ଫଗୁଣରେ
ରଙ୍ଗର ଅବିର ଧରି।
ଅଭିମାନୀ ମନେ ଦିଅନ୍ତନି ମୁଠେ
ଅବିରରୁ କିଛି ବୋଳି।ା
ଫଗୁଣ ଛୁଆଁରେ ଫିକା ଫିକା ମନ
ରଙ୍ଗରେ ଯାଆନ୍ତା ଭରି।
ତୁମେ ଥିଲେ ସାଥୀ କହୁଥିଲେ କିଛି
ଜୀବନଟା ଉଠେ ପୂରି।ା
ନୀରବି ଯାଇଛି ମନ ନଈ ପଠା
ଘୁମେଇ ପଡ଼େ ଫଗୁଣ।
ତୁମେ ନାହଁ ବୋଲି ଫଗୁଣଟା ଫିକା
ଭିଜାଇ ଦେଲା ଶ୍ରାବଣ।
ଋତୁର ନା ବର୍ଷା ।ାା ୧୧୬
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ