ଅଧ୍ୟାୟ ୪୪ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ସ୍ରଷ୍ଟା ହେ! କୁହ ତୁମରି ସୃଷ୍ଟିରେ
ବିଭ୍ରାଟ ଆଜି କାହିଁ ହେଉଛି ?
ସତ୍ୟ ସୁନ୍ଦର ଧରଣୀ ପିଠିରେ
ରକ୍ତର ନଦୀ ବୋହି ଯାଉଛି ।ା
ମଣିଷ ଭୂଲିଲା ମଣିଷ ପଣିଆ
ନିର୍ମମ କୁହ କାହିଁକି ହେଲା
ଶାନ୍ତି ମୈତ୍ରୀ ପ୍ରୀତିର ଧ୍ୱଜାକୁ
କାହିଁକି ରକତ ରଞ୍ଜିତ କଲା ।ା
ଗୋଳା ବାରୁଦର ତୀବ୍ର ଶବଦ
ଆଜି ସୁଖ ନିଦ ଛଡ଼ାଇ ନିଏ।
କରୁଣ ଚିକ୍ରାର ସହି ହେଉ ନାହିଁ
ମନରେ ବହୁତ ଯନ୍ତ୍ରଣା ଦିଏ।ା
ମଧ୍ୟ ପ୍ରାଚ୍ୟରେ ଲାଗିଛି ସମର
ଜୀବନ ଜଳୁଛି ନୀରବେ ଏଠି।
ଯୁଦ୍ଧର ପ୍ରଭାବ ବିଶ୍ୱରେ ଏବେ ତ
ଗାଁରୁ ସହର ଯାଏ ସବୁଠି।ା
କେତେ ଯେ ନୀରିହ ବୁକୁର ଯନ୍ତ୍ରଣା
କାନ୍ଦରେ ଆକାଶ ଫାଟି ପଡୁଛି।
ସାମ୍ରାଜ୍ୟବାଦର କଳା ଅନ୍ଧାରରେ
ମାନବିକତାଟି କାହିଁ ଲୁଚିଛି।ା
ଋତୁର ନା ବର୍ଷା ।ାା ୧୧୭
ଯୁଦ୍ଧେ ଜିତିଥିବା ପାଣ୍ଡବ ମାନଙ୍କୁ
ପଚାରିଲେ ଯଦି କେଉଁଠି କିଏ ?
ଜିତିଛ କି କେବେ ନିଶ୍ଚିତ କହିବେ
ଯୁଦ୍ଧରେ ଜିତିବା ଜିତିବା ନୁହେଁ।ା
ଜିତିଲେ ଅଶୋକ କଳିଙ୍ଗ ଯୁଦ୍ଧରେ
ଅହମିକା ଘରେ ପଡ଼ିଲା ତାଲା।
ଧର୍ମାଶୋକ ହେଲେ ଚଣ୍ଡାଶୋକରୁ
ସେ କଥା କି କିଏ ଭୁଲିଛି ଭଲା ।ା
ହିରୋସୀମା ନାଗାସାକୀ ଧ୍ୱଂସ ଲିଳା
କଥା ମନୁ କେବେ ଭୁଲି ନ ହୁଏ।
ପୁଣି ପରମାଣୁ ଯୁଦ୍ଧର ଆଶଙ୍କା
ପ୍ରତି ମୁହୂର୍ତ୍ତରେ ହୃଦୟ ଥରାଏ।ା
ହିଂସା ପ୍ରଣୋଦିତ ଯୁଦ୍ଧରୁ ଓହରି
ଶାନ୍ତିର ବାର୍ତ୍ତାକୁ ପ୍ରସାର କର।
ତେବେ ସିନା ହେବ ଉନ୍ନତ ମାନବ
ସାବାସ କହିବ ସାରା ସଂସାର।ା
ଯୁଦ୍ଧରେ କେବେବି ମିଳେ ନାହିଁ ଶାନ୍ତି
ଅଶାନ୍ତିରେ ପ୍ରାଣ ହୁଅଇ ଘାରି ।
ପ୍ରୀତି ମୈତ୍ରୀ ଭାବ ସିନା ଏଇ ମନେ
ସୁଖ ଶାନ୍ତି ତୃପ୍ତି ଦିଅଇ ଭରି।ା
ଯୁଦ୍ଧରୁ ଓହରି ସଭିଏଁ ଗାଇବା
ମାନବବାଦର ବିଜୟ ଗୀତ।
ହସୁ ଏ ମଣିଷ ଆନନ୍ଦ ମନରେ
ମଧୁମୟ ହେଉ ସାରା ଜଗତ।ା
ଋତୁର ନା ବର୍ଷା ।ାା ୧୧୮
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ