ଅଧ୍ୟାୟ ୪୫ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଛିନ୍ନ ମୋର ଏ ଜୀବନ ବୀଣାରେ
ଦିଅ ତାଳ ଲୟ ଭରି।
ଆତ୍ମବିଶ୍ୱାସ ରଖିଲେ ମନରେ
ଯିବାନି କେବେ ବି ହାରି।ା
ଜୀବନ ଡରାଏ ପ୍ରତି ମୁହୂର୍ତ୍ତରେ
ବଂଚିବା ଟା କଷ୍ଟ ହୁଏ।
ପ୍ରତ୍ୟେକ ପୃଷ୍ଠାରେ କରୁଣ କାହାଣୀ
ଜୀବନଟା ପଢୁଥାଏ।ା
ଜୀବନ ଜୀଇଁବା କଳା ଶିଖିଥିଲେ
ମଣିଷ ହାରିବ ନାହିଁ।
ପଢ଼ିବାକୁ ହୁଏ ଏଇ ଜୀବନକୁ
ସିଏ ପରା ଖୋଲା ବହି।ା
ଧୈର୍ଯ୍ୟ ସାହସ ଶକତି ବଳରେ
ଜିତଇ ମଣିଷ ଏଠି।
ଜୀଇଁବାର କଳା ଶିଖିଥାଏ ଯିଏ
ଧୈର୍ଯ୍ୟ ତା'ର ଚାବିକାଠି।ା
ସୁଖ ତ ଯେତିକି ଦୁଃଖ ଦୁଇଗୁଣ
ପ୍ରତିବନ୍ଧକ ତ ବେଶୀ।
ଚାଲିବାକୁ ହେବ ପଥ ବହୁ ଦୂର
କଳା ଅନ୍ଧାରର ରାତି।ା
ଋତୁର ନା ବର୍ଷା ।ାା ୧୧୯
କଂଟକିତ ଏଇ ଜୀବନର ପଥ
ମରୁ ମରିଚିକା ବାଲି।
ଉଚ୍ଚ ରଖିଥିଲେ ତୁମ ମନୋବଳ
ଆଗକୁ ଦେବ ସେ ଠେଲି।ା
ଆସେ ଝଡ଼ଝଞ୍ଜା ଜୀବନ ଭିତରେ
ଆତ୍ମବିଶ୍ୱାସ ରହୁ।
ପରୋପକାରଠୁ ସମାଜ ସ୍ତରରେ
କହ କିଏ ବଡ଼ ଆଉ ?
ନିଜ ପାଇଁ ବଂଚନାହିଁ କେବେ ଆନ-
ଦୁଃଖ ସୁଖେ ଭାଗୀ ହୁଅ।
ମାନବବାଦକୁ ନିଜ ଧର୍ମ କହି
ଜୀଇଁବାଟା ଶିଖିଯାଅ।ା
ଦୟା କ୍ଷମା ଉପକାର ହୃଦୟରେ
ରଖି, ଛାଡ଼ି କ୍ରୋଧ ହିଂସା।
ସ୍ନେହ ଓ ପ୍ରେମର ଅମୃତ ପରସି
ଶିଖ ଜୀବନର ଭାଷା।
ଋତୁର ନା ବର୍ଷା ।ାା ୧୨୦
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ