ଅଧ୍ୟାୟ ୪୬ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଫଗୁଣ ଆସିଛି ଗାଉନାହିଁ ଗୀତ
ମୋ ମନ କୋକିଳ ଆଜି।
ଅଭିମାନ କରି ବସିଛି ଡାଳରେ
ବିରହି ପ୍ରେମିକା ସାଜି।ା
ଯଦିଓ ରଙ୍ଗରେ ଭିଜୁଛି ଫଗୁଣ
ତଥାପି ଫିକା ଏ ମନ।
ମୃଦୁଶିହରଣ ଭରିଛି ମଳୟେ
ସ୍ଥାଣୁ ମନ ବୃନ୍ଦାବନ।ା
ଭଗ୍ନ ଏ ମନର ମନ୍ଦିରେ ଶୁଭୁନି
ମିଳନ ବଂଶୀର ସ୍ୱର।
ଫୁଲର ଦୋଳିରେ ଖେଳୁଛି ଫଗୁଣ
ଆନମନା ଯା' ଭ୍ରମର ।ା
ଗୋଲାପ ଜଳୁଛି ବିରହ ନିଆଁରେ
ନାହିଁ ପ୍ରେମ ବର୍ଷା ଛିଟା।
ପ୍ରଜାପତି ବୁଲେ ଫଗୁଣ ବାସରେ
ଘାରିଛି ମହୁଲି ଖଟା।ା
ଫଗୁଣ ଆସିଛି ଫୁଲ ପସରାରେ
ରଙ୍ଗର ଅବିର ନେଇ।
ଋତୁର ନା ବର୍ଷା ।ାା ୧୨୧
କାହିଁକି କେଜାଣି ଏ ପ୍ରେମ ଋତୁରେ
ଫୁଲ ଭଲ ଲାଗୁ ନାହିଁ।ା
ଫଗୁଣ ଆସିଛି ଜୀବନ ସଞ୍ଜରେ
ମାରିବି ନାହିଁ ରଙ୍ଗକୁ।
ମଳୟ ଆସିଛି ମୁହଁ ସଞ୍ଜ ବେଳେ
ମନାକଲି ଛୁଇଁବାକୁ।ା
ତୁମେ ଥିଲେ ପାଶେ ସିନା ଏ ଫଗୁଣ
ଏମନେ ମହକି ଯାଏ।
ମନପକ୍ଷୀ ଗୁଣୁଗୁଣୁ ହୋଇ ପ୍ରେମ
ଗୀତ ନିତି ଗାଇ ଯାଏ।ା
ଜୀବନ ନଈର ତୁଠେ ବେଳ ଗଡ଼ି
ହେଲା ପ୍ରତୀକ୍ଷାର ଶେଷ।
ପ୍ରେମପକ୍ଷୀ ପରା କ୍ଷତାକ୍ତ ହୋଇଲା
କେମିତି ଗାଇବ ଗୀତ ।ା
ଋତୁର ନା ବର୍ଷା ।ାା ୧୨୨
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ