ଅଧ୍ୟାୟ ୪୭ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
କାହ୍ନା !
ଏମିତି କ’ଣ ଥରେ ଆସିଲେ
ମେଂଟିଯିବକି ଏ ତୃଷ୍ଣା ?
ମୋ ଅପେକ୍ଷା ପରା ଜାଣ ଅନେକ ଯୁଗର
ଚିମୁଟାଏ ପ୍ରୀତି ନିଶା
ଯାହା ମୋତେ ଏ ପର୍ଯ୍ୟନ୍ତ ମସଗୁଲ ରଖିଛି।
ଦଲକାଏ ମୁରଲୀର ହାଲ୍କାହାଲ୍କା ସ୍ୱର
ମୋତେ ବାରମ୍ୱାର ଆନମନା କରୁଅଛି।
ବସନ୍ତରେ ଝଡୁ ଅଛି ପତ୍ର ଦେହ କଦମ୍ୱରୁ
ତୁମେ ଆସ କି ନ ଆସ
ତୁମ ପାଇଁ ଅପେକ୍ଷା ରଖିଛି। ।
ଚୋରି ହୋଇ ସାରିଛି ମୋ ରଙ୍ଗ
ମୋ ଅଜାଣତରେ।
ଚାରିଆଡ଼ ବେଶ୍ ଫର୍ଚ୍ଚା ଜହ୍ନର ଆଲୁଅ
ମୁଁ କିନ୍ତୁ ଅନ୍ଧାରରେ ଭାରି ଡରକୁଳୀ
ଆଖିବୁଜି କାନ ଡେରିଥାଏ
ଶୁଣିବାକୁ ବଂଶୀକୁ ଆତୁରେ।ା
ତୁମେ କ’ଣ ବୁଝିବ ପ୍ରେମର ମାନେ
ତୁମେ ତ ଅସ୍ଥିର ତରଙ୍ଗ।
ଜୀବନରେ କେବେ କୂଳ ଲଙ୍ଘିବାର ନାହିଁ
କିନ୍ତୁ, ଅନେକ କୂଳ ଛୁଇଁବା ଅଭ୍ୟାସ ତୁମର
ଋତୁର ନା ବର୍ଷା ।ାା ୧୨୩
ଆଶା ରଖି ନାହିଁ ମଧ୍ୟ
କରିବାକୁ ତୁମ ମୋହ ଭଙ୍ଗ।ା
ପ୍ରେମପରା ଛଳଛଳ ଯମୁନାର ସ୍ରୋତ
ଥରେ ଦେଖ ତାକୁ ଏକାଗ୍ରତା ସହ।
ଦିଶିଯିବ ଏ ରାଧାର ତ୍ୟାଗ ଅନ୍ତଃସ୍ରୋତ
ସମର୍ପିତ ଆବେଗ ତ ଦିଶିବ ନିଶ୍ଚୟ ।ା
ଦେଖ କାହ୍ନୁ!
ବିରହ ଜ୍ୱାଳାରେ ଜଳେ ହୃଦୟ ପ୍ରଦୀପ
ଆଜି ଯାଏ ମନ ସ୍ଥିର
ଆଜି ଯାଏଁ କରିଛି ଗୁମାନ।
ତୁମେ ଯଦି ବୁଝି ନାହଁ ମନ ତା'ର
କାହିଁକି ବା ଏବେ ଆଉ ଖୋଲିବ ତା'ମୁହଁ
ହୃଦୟରେ ବଇଁଶୀ ବାଜେ ରହି ରହି
ଶୁଣେ ମଧ୍ୟ ହୃଦୟର ସ୍ୱନ।ା
ତୁମେ ତ ହୃଦୟ ମୋର
ସଂସାରରେ ଆଉ କିଏ ଅଛି ବା ନିଜର
ତୁମେତ ସଂସାରଟା ରଖିଛ ବାନ୍ଧି
ସମୟର ଡୋରିରେ।
ବାନ୍ଧି ପାରିଲିନି ତୁମ ମନକୁ କେବେ ବି
ଏଇମିତି ଆସୁଥାଅ ତୁମର ଇଚ୍ଛାରେ।ା
ଜାଣିଛି ଫେରିବ ତୁମେ ରାତି ଗଲେ ପାହି
ଦେଖେ ଯାଇ କାହ୍ନା ନାହିଁ ଯମୁନା କୂଳରେ।
ତୁମେ ପୁଣି ଆସିବକି ଝାଳ ସରସର
ଦେହ ପାଇଁ ମୋ କୁଞ୍ଜକୁ
ଅନ୍ଧାର ଭିତରେ।
ଋତୁର ନା ବର୍ଷା ।ାା ୧୨୪
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ