ଅଧ୍ୟାୟ ୪୮ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ର୍
ମନ ବୋଲି ଯାହା ଥିଲା ମୋର ସଖୀ
ଦେଇଦେଲି ସେହି ଦିନ,
ଅଚିହ୍ନାରୁ ଯେବେ ଚିହ୍ନା ହେଲେ ଆମେ
ସମ୍ପର୍କ ହେଲା ଚିରନ୍ତନ।
କାହିଁକି କେଜାଣି ଏତେ ଭଲ ପାଏ
ସେ କଥା ତ ଜାଣେ ନାହିଁ,
ଏତିକି ଜାଣିଛି ଏ ଜୀବନ ଥିବା ଯାଏ
ପାରିବିନି ଭୁଲି ମୁହିଁ।
ଛାତି ଭିତରେ ତୁମେ ରହିଗଲ ସାଥୀ
ଚିତାନଳ ଜଳିବା ଯାଏ,
ଧମନୀର ପ୍ରତି ରକ୍ତ ବିନ୍ଦୁ ଆଜି
ତୁମରି ନାମରେ ଧାଏଁ।
ହଜିଲା ସାଥୀଟି ମିଳିଗଲା ସତେ
ଭାଗ୍ୟର ମୋ କୃପା କେତେ,
ଜୀବନ ଯମୁନା ଉଛୁଳି ଉଠୁଛି
ତୁମ ପଦଧ୍ୱନି ଶୁଣି ଆଜି ସତେ।
କେଉଁ ପରିଚୟେ ବାନ୍ଧିଲ ମୋତେ
କହିବ କି ସାଥୀ ମୋତେ,
କାହିଁକି ଆପଣା ହୋଇଗଲ ଏବେ
କେତେ ଯୁଗ-ଜନ୍ମ ଅନ୍ତେ।
ଋତୁର ନା ବର୍ଷା ।ାା ୧୨୫
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ