ଅଧ୍ୟାୟ ୫ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ମୌସୁମୀ ଗୋ ! ତୁମେ ଆସ ଛପିଛପି
କଳାମେଘ ଘୋଟି ଯାଉ।
ମୟୂର ଚାହଁଛି କେବେଠୁ ତୁମକୁ
ବିଳମ୍ବ କରନା ଆଉ ।ା
ତୁମକୁ ଦେଖିବ ଉଲ୍ଲସିତ ହେବ
ନାଚିବ ନାଚିବ ସେହି।
ତୁମେ ବି ଦେଖିବ ତା'ନାଚ ଖୁସିରେ
ଯମା ଥକି ଯିବ ନାହିଁ ।ା
ମୋ ମନ ମୟୂରୀ ସ୍ୱପ୍ନ ଅସୁମାରୀ
ଅୟୁତ ଯୁଗରୁ ରଖି।
ସେ ମଧ୍ୟ ଅନାଇ ରହିଛି ତୁମକୁ
ଭାବିଛି ତୁମେ ତା' ସଖୀ ।ା
ତୁମ ଆଗମନେ ଆଶା ରଖିଅଛି
ଭିଜିବ ମୋ ଶୁଷ୍କ ମନ।
ଅଭିସାରିକାର ଦୁଃଖ ଦୂର ହୋଇ
ପୁଲକିତ ହେବ ପ୍ରାଣ ।ା
ଏବେ ବି ଜଳୁଛି ମିଞ୍ଜି ମିଞ୍ଜି ହୋଇ
ହୃଦରେ ପ୍ରେମ ଦୀପାଳି।
ଆସ ଗୋ ମୌସୁମୀ ସ୍ୱାତୀ ଲଗନରେ
ମହ୍ଲାର ସ୍ୱର ତୋଳି ।ା
ଋତୁର ନା ବର୍ଷା ।ାା ୨୫
ରିମ୍ଝିମ୍ ହୋଇ ବରଷି ଯାଅ ଗୋ
ଫୁଲେଇ ବରଷା ରାଣୀ।
ପ୍ରୀତିର ଗଜଲ୍ ଗାଇଗାଇ ଆସ
ପକାଇ ମେଘ ଓଢ଼ଣୀ ।ା
ପ୍ରୀତିର ପିଆଲା ଉଛୁଳି ପଡୁ ଗୋ
ତୁମ ଶୁଭ ଆଗମନେ।
ହସିଉଠୁ ମୋର ଛାତିତଳ ମାଟି
ନୀଳନୀଳ ଯଉବନେ ।ା
ଋତୁର ନା ବର୍ଷା ।ାା ୨୬
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ