ଅଧ୍ୟାୟ ୬ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ପହିଲି ଆଷାଢ଼ ସଞ୍ଜରେ କିଏ ସେ
ମେଘ-ମହ୍ଲାର ଗାଏ,
ଛମ୍ଛମ୍ ବାଜେ କାହାର ପାଉଁଜି
ହୃଦୟ ବତୁରି ଯାଏ...
ପହିଲି ଆଷାଢ଼ ସଞ୍ଜରେ କିଏ ସେ
ମେଘ-ମହ୍ଲାର ଗାଏ।୦।
ରିମ୍ଝିମ୍ ଗାଏ ପ୍ରେମର ଗଜଲ
ମତୁଆଲା ଏହି ମେଘ,
ପ୍ରୀତିର ଛୁଆଁରେ ଭିଜୁଛି ଧରଣୀ
ଜାଗିଉଠେ ଅନୁରାଗ।
ଶିହରିତ ତନୁ, ଶିହରିତ ମନ
ମହକେ ମାଟିର ଦେହ,
ଅଦିନେ କାହିଁକି ଆଣିଦିଏ ସତେ
ଝରା ଶେଫାଳୀର ମୋହ...
ପହିଲି ଆଷାଢ଼ ସଞ୍ଜରେ କିଏ ସେ
ମେଘ-ମହ୍ଲାର ଗାଏ ।ା
କଦମ୍ବ ବନରେ ମଳୟ ଗାଉଛି
ମିଳନ-ମଧୁର ଗୀତ,
ମନର ବଇଁଶୀ ବାଜେ ରହି ରହି
ବୁଝିପାରୁନାହଁ ମିତ।
ଋତୁର ନା ବର୍ଷା ।ାା ୨୭
ତୁହାକୁ ତୁହା ଏ ବରଷା ଧାରାରେ
ପ୍ରେମର ଫଗୁଣ ଛୁଏଁ,
ଓଦାଓଦା ସଞ୍ଜେ ତୁମ କଥା ଭାବି
ମନ ମତୁଆଲା ହୁଏ।
ପହିଲି ଆଷାଢ଼ ସଞ୍ଜରେ କିଏ ସେ
ମେଘ-ମହ୍ଲାର ଗାଏ ।ା
ଆବେଗ ବନରେ ପୀରତି ନିଆଁକୁ
ଆସି ଲିଭାଇବ କିଏ ?
ମାଟିର ମହକେ ଆଖିକୁ ମୋ ଯେବେ
ନୂତନ ସପନ ଛୁଏଁ।
ମେଘର ଡାକରେ ହଜିଯାଏ ମନ
ପ୍ରୀତିର କୂଳ ଡେଇଁ,
ଏଇ ଆଷାଢ଼ରେ ସଞ୍ଜ ନଇଁଗଲେ
ତୁମ ବିନା କେହି ନାହିଁ।
ଛମ୍ଛମ୍ ବାଜେ କାହାର ପାଉଁଜି
ହୃଦୟ ବତୁରି ଯାଏ।
ପହିଲି ଆଷାଢ଼ ସଞ୍ଜରେ କିଏ ସେ
ମେଘ-ମହ୍ଲାର ଗାଏ ।ା
ଋତୁର ନା ବର୍ଷା ।ାା ୨୮
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ