ଅଧ୍ୟାୟ ୫୦ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ବଇଁଶୀ ବାଜୁଛି ଯମୁନା କୂଳରେ
ରାଧା ରାଧା ନାମ ଧରି।
ପାଉଁଜି ଶୁଭୁଛି ନିକୁଞ୍ଜ ବନରେ
କାହ୍ନୁ କାହ୍ନୁ ମନେ ସ୍ମରି।ା
ବଇଁଶୀ ଯେଉଁଠି ସେଇଠି ପାଉଁଜି
ଛମଛମ ନାଚି ଯାଏ।
ବାଜିଲେ ବଇଁଶୀ କଦମ୍ୱ ମୂଳରେ
ରାଧା ଯମୁନାକୁ ଧାଏଁ।ା
ହୃଦୟ ମିଳନ ମନର ମିଳନ
ବଇଁଶୀ ପାଉଁଜି ପ୍ରେମ।
କୃଷ୍ଣ ବିନା ରାଧା ନାହିଁ ଯୁଗେ ଯୁଗେ
ଶାଶ୍ୱତ ଓ ଅନୁପମ।ା
ନାହିଁ ଭେଦ ଭାବ ନାହିଁ ବଡ଼ ସାନ
ମନ ମିଶିଗଲା ବୋଲି।
ଯୁଗେ ଯୁଗେ ରାଧା ଝୁରନ୍ତି ପ୍ରେମକୁ
କୃଷ୍ଣ ବି ହୁଅନ୍ତି ଝୁରି।ା
କଥା ଦେଇଥିଲେ ଗୁପ୍ତ ବୃନ୍ଦାବନେ
କଳିରେ ହୁଅଇ ଭେଟ।
ଋତୁର ନା ବର୍ଷା ।ାା ୧୨୮
ବାଜିଲେ ବଇଁଶୀ ଛମଛମ ଶୁଭେ
ରାଧାର ମନ ଉଚ୍ଚାଟ।ା
ପାଉଁଜି କରିଛି ବାଇ କାଳିଆକୁ
ବାହାନା କରି ସେ ଯାଏ।
ବରଷକେ ଥରେ ମାଉସୀ ଘରକୁ
ପ୍ରେମର ପାଉଣା ଦିଏ।ା
ଭୂଲି ପାରୁନାହିଁ କାଳିଆ ସୁନାଟି
ଯୂଗ ପରେ ଯୁଗ ଯାଏ।
ପ୍ରେମର ବଂଶୀ ଆଜି ବି କାହ୍ନୁର
ବିରହରେ ବାଜୁଥାଏ।ା
ଅଷ୍ଟ ପାଟବଂଶୀ ପାଖରେ ଥାଇବି
ଦ୍ୱାପରେ ପ୍ରେମରେ ବାଇ।
କଳିରେ ଅଛନ୍ତି ଲକ୍ଷ୍ମୀ ଠାକୁରାଣୀ
ତଥାପି ଜଗା ବିରହି।ା
କଥା ଦେଇ କଥା ନ ରଖିପାରିଲେ
ପ୍ରେମ ହେବ ବାଟବଣା।
ଆଜିବି ପାଉଁଜି ଶୁଭୁଛି କୁଞ୍ଜରେ
ବଇଁଶୀରେ ଆନମନା।ା
ପ୍ରେମର ମିଳନ ବଇଁଶୀ ପାଉଁଜି
ରାଧା କୃଷ୍ଣ ଯୁଗେ ଯୁଗେ।
ନ ଛିଣ୍ଡୁ କେବେ ଏ ମଧୁର ସମ୍ପର୍କ
ରାଧା ଏହି ଇଚ୍ଛା ମାଗେ।ା
ଋତୁର ନା ବର୍ଷା ।ାା ୧୨୯
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ