ଅଧ୍ୟାୟ ୫୧ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଚଉରା ମୂଳରେ ସନ୍ଧ୍ୟା ଦୀପ ଜାଳି
ସୌଭାଗ୍ୟ ପ୍ରାର୍ଥନା କରି।
ନାରୀଟିଏ ଡାକେ ନିତି ସାୟାହ୍ନରେ
ଜୁଇ ଅନଳକୁ ବରି।ା
ତୁମ ପାଇଁ ସିନା ଚଉରା ମୂଳରେ
ସଞ୍ଜ ଦେଇପାରେ ନାହିଁ।
ତଥାପି ଅନ୍ତରେ ଜାଳୁଛି ଦୀପାଳି
ତୁମେ କି ବୁଝିବ କାହିଁ ?
ହୃଦୟ କୋହକୁ ସଳିତା କରିଛି
ଜାଳୁଛି ପ୍ରେମ ପ୍ରଦୀପ।
ମାଗିନାହିଁ କିଛି ପ୍ରେମ ପ୍ରତିଦାନେ
ଅଳପ ଅବା ଅମାପ।ା
କହିବ କି ଥରେ ଦେଇପାରିବ କି
ଆବେଗର ସେହି ମୂଲ୍ୟ ?
ଫୁଲଟିଏ ଦେଇ ଦୁଇବୁନ୍ଦା ଲୁହ
ଢାଳିବ କି ଅଶ୍ରୁ-ତୁଲ୍ୟ ।ା
ଜଳୁଥିବ ଯେବେ ଏ ପାର୍ଥିବ କାୟା
ଆତ୍ମା ଯେ ତୃପ୍ତି ଲଭିବ।
ଋତୁର ନା ବର୍ଷା ।ାା ୧୩୦
ବାକି ରହିଯିବା ସେ ପ୍ରେମର ଋଣ,
ଆର ଜନ୍ମେ ସୁଝି ଦେବ।ା
ପ୍ରୀତିର କୁସୁମ ଫୁଟିଥାଉ ମନେ
ନ ଯାଉ କେବେ ମଉଳି।
ତୁମ ପାଇଁ ହୃଦେ ପ୍ରେମର ପ୍ରଦୀପ
ମିଞ୍ଜିମିଞ୍ଜି ଥାଉ ଜଳି।ା
ସେଦିନ ଜାଳିବି ତୁମରି ଉଦ୍ଦେଶ୍ୟେ
ଅଗଣାରେ ସଞ୍ଜବତୀ।
ଅପେକ୍ଷା କେବଳ ଆର ଜନ୍ମ ପାଇଁ
ନିଶ୍ଚେ ହେବି ତୁମ ସାଥୀ।ା
ପ୍ରତୀକ୍ଷା ଆତୁର ଜନ୍ମ ଜନ୍ମ ଧରି
ପାଷାଣି ଅହଲ୍ୟା ପ୍ରାୟେ।
ତନମନ ସାଥୀ ହୋଇବି ନିଶ୍ଚୟ
ବିଶ୍ୱାସ ଜାଗେ ହୃଦୟେ।ା
ଋତୁର ନା ବର୍ଷା ।ାା ୧୩୧
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ