ଅଧ୍ୟାୟ ୫୨ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଆବେଗରେ ଭରା ହୃଦୟ ଭିତରେ
ମିଠା ମିଠା ସ୍ପନ୍ଦନର ଟିକ୍ଟିକ୍ ଶବ୍ଦର
ଅନ୍ୟନାମ ପ୍ରେମିକା।
ଅଭିମାନର ଗନ୍ତାଘର ସିଏ
ଜଉମୁଦ ହୋଇ ଥିବା ଜୀବନ
ସ୍ୱପ୍ନର ଜାଲରେ ବନ୍ଧା
ନୀଳନୟନା ହିଁ ପ୍ରେମିକା।ା
କୁଳୁକୁଳୁ ଝରଣା ପରି ଅହରହ
ନାଚୁଖିବା ପାହାଡ଼ି କନ୍ୟା
ସୁମଧୁର ଶବ୍ଦର ଯାଦୁକରୀ ସ୍ପର୍ଶ
ନିହାଣରେ ଗଢ଼େ ଯେ ତାଜମହଲ ।
ପ୍ରତି ମୁହୂର୍ତ୍ତରେ ତାକୁ ରଙ୍ଗ
ମାରିବାକୁ ହୁଏ ମୁହଁରେ
କାହିଁକି ଜାଣିଛ ?
ରଙ୍ଗ ବଦଳାଇ ଅଭିନୟ କରିବାକୁ
ପଡ଼େ ତାକୁ ସଂସାର ଦାଣ୍ଡରେ ।ା
ଏଣ୍ଡୁଅ ପରି ଥର ଥର ରଙ୍ଗ ବଦାଳାଏ
କେତେବେଳେ ଚିତ୍ର କର ହୋଇ
ହୃଦୟରେ ଆଙ୍କେ ପ୍ରେମର ଛବି
ମନ କାନ୍ଭାସ୍ରେ ତୂଳି ଧରି
କରେ ମନକୁ ରଙ୍ଗିନ।
ଋତୁର ନା ବର୍ଷା ।ାା ୧୩୨
କେତେବେଳେ ସଜେଇ ହୁଏ
ମଲ୍ଲୀ ହାରରେ ତ କେବେ ରଜନୀଗନ୍ଧାର
ମହମହ ବାସରେ ମହକି ଯାଏ ସବୁଦିନ ।ା
ପୁଣି କେବେ ଗୋଲାପ ବଣରେ
ଫୁଟେ ଗୋଲାପ ହୋଇ
କଂଟାରେ ଆଘାତରେ ଦଂଶନ ସହେ
ପୁଣି ଭ୍ରମର।
ବାସ୍ନାୟିତ କରେ ପ୍ରେମିକ ମନକୁ
କେତେ ବାସ ଭରି ଦେଇ
ଉଜାଗର ରହେ ଅପେକ୍ଷାର
ରାତି ସରି ଯାଏ
ଭିଜି ଯାଏ ଆଖି ଲୁହର ଅସରନ୍ତି ବନ୍ୟାରେ..
ତଥାପି ଓଠରେ ନାଲି ରଙ୍ଗ ଭରି ପୁଣି
ନିଜକୁ ସଜାଡ଼ି ନିଏ।ା
ପ୍ରେମିକା ବୋଧେ ଏକ ବିରହୀ ଶବ୍ଦ
ଅର୍ଦ୍ଧଦଗ୍ଧ ଶବ ମଶାଣିର
ଉଛୁଳା ନଈଟିଏ।
ସ୍ୱପ୍ନ ଦେଖେ ସାଗର ସଙ୍ଗମ
ହେଲେ ଅଧା ବାଟେ ଶୁଖିଯାଏ
ଅନିଶ୍ଚିତତାର ତୃଷ୍ଣାରେ ।ା
ଭଗ୍ନ ହୃଦୟ ତନ୍ତ୍ରୀରେ ବଜାଇ ଥାଏ
ଶୁଭେଚ୍ଛାର ସାହାନାଇଁ
ଯନ୍ତ୍ରଣା ଭିତରେ ନାଲି ସିନ୍ଦୁର
ବୋଳି ହୃଦୟ ତା'ର ନାଲି।
ଋତୁର ନା ବର୍ଷା ।ାା ୧୩୩
ଯୁଗ ଯୁଗ ସରିଯିବ ଅପେକ୍ଷାରେ
ହୃଦୟକୁ ଚିପୁଡ଼ି ଦେଇ
ରକ୍ତରେ ଲେଖେ ପ୍ରେମିକ ନାଁ ହୃଦୟର
ନିସ୍ତୁପ ବେଳା ଭୂମିରେ।ା
ଆକ୍ତାମାକ୍ତା ଜୀବନରେ
ପ୍ରେମ କୁହୁକ ଶବ୍ଦ
କୁହୁକ ବଂଶୀରେ ବନ୍ଦୀ ପ୍ରେମିକା
ନଷ୍ଟ ଗୋଧୂଳି ସଞ୍ଜରେ ଆଙ୍କେ
ଜୀବନର ଚାରୁ ଚିତ୍ରପଟ୍ଟ
ଉଦାସୀ ମନରେ ଦେଖେ
ଆକାଶ ଫାଙ୍କରେ ଫାଳିକିଆ
ଦ୍ୱିତୀୟା ଜହ୍ନ।
ଅସରା ଆକାଶର ଭିଜା ସ୍ୱପ୍ନ
ଅବୁଝା ମନର ନୀରବ ଆଲିଙ୍ଗନ
ପାଉଁଶ ତଳର ଦିକ୍ଦିକ୍ ନିଆଁରୁ
ସାଉଁଟି ଆଣିବାର ଇଚ୍ଛା
ଦରସିଝା ଜୀବନକୁ ପୁଣି ଗଢ଼ିବାକୁ
ଗୋଟେ ନୂଆ ସ୍ୱପ୍ନ ହିଁ ପ୍ରେମିକା !
ଅହରହ ମନାସୁଥାଏ ତା' ପ୍ରେମର ଶୁଭ
ନିଜେ ଜଳେ ଦୀପଟିଏ ହୋଇ
ପ୍ରେମ ମନ୍ଦିରରେ ସକାଳୁ ସଞ୍ଜ
ଆଶା କେବଳ ଚିମୁଟାଏ ବିଶ୍ୱାସ
ଆଉ ଆଞ୍ଜୁଳାଏ ଭରସା ଟିକେ
ଅପେକ୍ଷାରେ ଜୀବନ ସାରିବାକୁ
ସର୍ବଦା ପ୍ରସ୍ତୁତିର ଅଭିସାର ହିଁ ପ୍ରେମିକା।
ଋତୁର ନା ବର୍ଷା ।ାା ୧୩୪
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ