ଅଧ୍ୟାୟ ୫୩ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ପ୍ରେମିକା !
କେତେ ମିଠା ଶବ୍ଦଟିଏ,
ପ୍ରେମରେ ଜୁଡୁବୁଡୁ ଜୀବନ୍ତ କଣ୍ଢେଇଟିଏ।
କହିଲ ଦେଖି !
ପ୍ରେମିକା ହେବା କ’ଣ
ସହିଜ କି ?
ଯିଏ ପ୍ରତି ମୁହୂର୍ତ୍ତରେ ଆବେଗର
ଖୁବ୍ ଦୂରରେ ରହି ମଧ୍ୟ
ଆବେଗର ମାଳା ଗୁନ୍ଥୁଥାଏ। ।
ଲେଖି ପାରୁଥିବ ନିଜ ନାଁ
ବଦନାମ ପତ୍ରିକାରେ ସୁନ୍ଦର ଭାବରେ
ବଦନାମ ଗଳିରେ ପାଦ ଚିପିଚିପି
ଚାଲୁଥିବ ନିସ୍ତବ୍ଧ ରାସ୍ତାରେ।
ଇନ୍ଦ୍ରଧନୁର ରଙ୍ଗକୁ ଗଣ୍ଠି ପକାଇ
ବାନ୍ଧି ପାରୁଥିବ ତା'କାନିରେ
କଳା କିଟିମିଟି ଅମାବାସ୍ୟାରେ
ହାତ ଠାରି ଡାକୁଥିବ
ତୋଫା ଜହ୍ନକୁ ମନ ଅଗଣାକୁ
ମଧୁ ଚନ୍ଦ୍ରିକା ପାଇଁ, ଅବୁଝା ସ୍ୱପ୍ନରେ। ।
ଆକାଶ ଭର୍ତି ମିଠା ଆଲିଙ୍ଗନ
ଋତୁର ନା ବର୍ଷା ।ାା ୧୩୫
କରିପାରିବ ଆନ ହୃଦୟକୁ
ଜାବୋଡି ନେବ ନିଜ ଛାତିରେ
କେବଳ ଜଣଙ୍କ ସ୍ପର୍ଶକୁ।
ପରସ୍ତ ପରସ୍ତ କରି ଖୋଲି ପାରୁଥିବ
ତା'ର ପ୍ରତି ଆବରଣ
କାନରେ ଝୁମୁକା ଚୁମୁଥିବ ଚିବୁକକୁ। ।
ପ୍ରେମିକ ନାଁ ରେ
ପାଦରେ ବାନ୍ଧିବ ପାଉଁଜି
ପ୍ରେମିକ ନାଁରେ ଛମଛମ ଚାଲିବ
ଦାଣ୍ଡ ଦୁଲୁକାଇ।
ହୃଦୟ କାନ୍ତକୁ ନିବୁଜ କରିବ
ପ୍ରେମର ଅଠା ଦେଇ
ନୀଳ ନଈରେ ପହଁରି ପାରୁଥିବ
ନୀଳ ପରୀଟିଏ ହୋଇ। ।
ନୀଳ ସାଗରକୁ ଆଲିଙ୍ଗନ କରୁଥିବ
ଉଛୁଳା ନଦୀ ପରି
ନୀଳ ଆକାଶରେ ଉଡି ପାରୁଥିବ
ବିହଙ୍ଗର ମନ ନେଇ।
ଛାଇ ଛାଇ ନିଦରେ ଘୂରିବୁଲୁଥିବ
ସ୍ୱପ୍ନ ରାଇଜରେ ସିଏ
ପ୍ରେମିକର ହାତଧରି ଖୁବୁ ନିବିଡ଼
ଭାବରେ ଆତ୍ମୀୟର ଭାବଦେଇ। ।
ଋତୁର ନା ବର୍ଷା ।ାା ୧୩୬
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ