ଅଧ୍ୟାୟ ୮ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଆକାଶ ପୃଥିବୀ ମିଳନ ପର୍ବରେ
ଓଦାଓଦା ଆଲିଙ୍ଗନ।
ଭିଜୁଅଛି ମାଟି ମୁକୁଳା ଦେହରେ
କେତେ ମିଠା ଶିହରଣ !
ଭିଜୁଛି ଧରଣୀ ଆଦ୍ୟ ଆଷାଢ଼ର
ପହିଲି ନରମ ଛୁଆଁ।
ହୋଇଥିଲା ଋତୁମତୀ ଏ ରଜରେ
ଦେହରେ ଗୋପନ ନିଆଁ ।ା
ଶୀହରଣ ଆସେ ଦେହରେ କେତେଯେ
ବରଷା ମିଠା ସ୍ପର୍ଶରେ।
ମାଟି ଖୁସି, ଆକାଶରେ ମେଘ ଖୁସି
ଦୁହେଁ ମିଳନ ପର୍ବରେ।ା
ଶୁଷ୍କ ଧରଣୀ ଆଁ କରିଥିଲା
ଓଦାଓଦା ଭିଜି ଯିବ।
ନଦୀ ନାଳ ପୂର୍ଣ୍ଣଗର୍ଭା ହେବେ ପୁଣି
ଶ୍ୟାମଳା ଧରଣୀ ହେବ ।ା
ଧରଣୀ ମା'ର ସନ୍ତାନ ସବୁ
ବରଷା ପରସକୁ ପାଇ।
ନିଶ୍ଚିତ ଆନନ୍ଦ ହୋଇବେ ବରଷା
ଆ'ତୁ ବେଗେ ଓହ୍ଲାଇ।ା
ଋତୁର ନା ବର୍ଷା ।ାା ୩୧
ବରଷି ଯାଆ ତୁ ତୋର ମନ ଇଚ୍ଛା
ସଂନ୍ତପ୍ତିତ ସଂସାରରେ।
ମନରୁ ହରିନେ ଉତାପ ଉତରୁ
ଧରଣୀ ସବୁଜିମାରେ ।ା
ତୃପ୍ତି ଲାଭକରୁ ତୃଷାର୍ତ ଧରଣୀ
ଶାନ୍ତି ଆସୁ ତା'ର ମନେ।
ବଦଳି ଯାଉ ଏ ବସୁଧା ଅବସ୍ଥା
ତୃପ୍ତି ଆସୁ ପ୍ରତି ପ୍ରାଣେ।ା
ଆ'ରେ ବରଷା ଆ ତୁ ଖୁସିରେ
ମିଠା ଛୁଆଁ ତୁ ଦେଇ ଯା।
ଅବୁଝା ମନକୁ ବୁଝେଇବା ପାଇଁ
ମେଘ ମହ୍ଲାର ଗା'।ା
ଋତୁର ନା ବର୍ଷା ।ାା ୩୨
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ