ଅଧ୍ୟାୟ ୧୦ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ।
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ହେଲି ପଦେ ସମର୍ପିତ।
ନିଦ ସରି ନାହିଁ ଆହେ ଜଗନ୍ନାଥ ଆସେ
ତୁଣ୍ଡେ ତୁମ ନାମ।
ଆଖି ଖୋଲି ନାହିଁ ନିଳାଦ୍ରୀ ବିହାରୀ
ଦେଖେ ଛବି ଅନୁପମ ।ା
ନିଦୁଆ ଆଖିରେ ଅସ୍ଥିର ମନରେ
କେବଳ ତୁମେହିଁ ଆସ।
ତୁମ ନାମ ଧରି ଦେଲେ ନାଥ ହୁଏ
ସକଳ ଦୁଃଖର ନାଶ ।ା
ଶୋଇ ପାରୁନାହିଁ ରାତ୍ର କାଳେ ହରି
ନିଦ୍ରା ଭାଙ୍ଗେ ଘନ ଘନ।
ପ୍ରତି ବେଳେ ଦେଖେ ବିନିଦ୍ର ରାତିରେ
ତୁମର ଛବି ପ୍ରାଣଧନ ।ା
ଦେହର ବଳ ସରିଲା ଥର ଥର
ଜୀବନ ବାଟ ଚାଲୁଛି।
କଣ୍ଟକିତ ପଥ ରକ୍ତାକ୍ତ ପାଦରେ
ଚାଲୁଛି ପୁଣି ଡାକୁଛି ।ା
ଆଖି ଖୋଲୁ ନାହିଁ ହାତ ଚାଲୁ ନାହିଁ
ଲେଖୁଛି ତୁମର ନାମ।
ସମର୍ପଣ ।ାା ୩୧
ମନର କୋହରେ ପ୍ରଭୁ ତୁମ ପାଇଁ
ଭୁଲିଛି ସମସ୍ତ କାମ ।ା
ଅଙ୍କାବଙ୍କା ଏଇ ଜୀବନ ପଥରେ
ବାଟବଣା ଯେବେ ହୁଏ।
ତୁମକୁ ସ୍ମରିଲେ ନାଥ ହେ ସ୍ୱତଃ
କାର୍ଯ୍ୟ ସିଦ୍ଧ ହୋଇ ଯାଏ ।ା
କି ଯାଦୁ ରହିଛି ସେ ଚକା ଆଖିରେ
ତୁମେ ଜାଣି ଅଛ ଏକା।
ସେ ଆଖିକୁ ଦେଖି ଏ ଆଖିରୁ ଲୁହ
ଶୁଖିଯାଏ ପ୍ରିୟ ସଖା ।ା
ତୁମ ନାମ ଧରି ଏ ପାପୀ ଜୀବକୁ
ମୋକ୍ଷ ଦିଅ ଉଦ୍ଧାର କର ଠାକୁର।
ମୋ ମନ ମନ୍ଦିରେ ଆସୁ ଥାଅ ବାରେ
ଏତିକି ବିନତୀ ମୋର ।ା
ଅଶାନ୍ତ ମନରେ ଭରି ଦିଅ ଥରେ
ଆସି ଶାନ୍ତିର ସୁଧାକୁ ।
ଅସ୍ଥିର ଚିତ୍ତକୁ ପୂର୍ଣ୍ଣ କରି ଦିଅ
ଧୈର୍ଯ୍ୟ ସହ ବଞ୍ଚିବାକୁ ।।
ବେସାହାରା ଏଇ ମନର ସାହାରା
ତୁମେ ଏକା ଜଗନ୍ନାଥ।
ତୁମେ ମୋର ଶାନ୍ତି ତୁମେ ମୋର ତୃପ୍ତି
ତୁମେ ମୋ ଜୀବନ ପଥ ।ା
ସମର୍ପଣ ।ାା ୩୨
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ