ଅଧ୍ୟାୟ ୧୧ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଜଗନ୍ନାଥ ।
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ।
ମୋ ମନର କଷ୍ଟ ଦିନୁଦିନୁ ନାଥ
ବଳି ପଡିଲା ବହୁତ ।ା
ସକାଳୁ ଶ୍ରୀପାଦେ ସମର୍ପିତ ହେଲେ
ଭଲେ ଦିନ କଟିଯାଏ।
ସାହସ ଧଇର୍ଯ୍ୟ ଦମ୍ଭ ଓ ବିଶ୍ୱାସ
ଏ ମନରେ ବଢ଼ିଯାଏ ।ା
ଅଙ୍କାବଙ୍କା ଏଇ ଜୀବନର ପଥ
ବାଟ ଚାଲିବାକୁ କଷ୍ଟ।
ଆବଡ଼ା ଖାବଡା ଜୀବନ ରାସ୍ତାରେ
ପାଦ ଖସୁଛି ବହୁତ ।ା
ତୁମେ ନାଥ ହାତ ଧରି ନିଅ ଏଇ
ବେସାହାରା ମଣିଷକୁ।
ତୁମେ ନାଥ ଆତ୍ମ ଶକ୍ତି ଭରିଦିଅ
ଶକ୍ତ କର ହୃଦୟକୁ ।ା
ତୁମରି ନାମକୁ ତୁଣ୍ଡେ ନେଇ ଭକ୍ତ
ପାଏ ମୁକ୍ତି ସଂସାରରୁ।
ତୁମେ ହିଁ ପାରିବ ଲିଭାଇ ପ୍ରଭୁ ହେ
ଦୁଃଖ ସବୁ କପାଳରୁ ।ା
ସମର୍ପଣ ।ାା ୩୩
ଭାରି କଷ୍ଟ ହୁଏ ନାଥ ହେ ମୋ ପାଇଁ
ଏଠି ଦିନ କାଟିବାକୁ।
ସରିଯାଏ ସିନା ସମୟ ସାରେନି
ମଣିଷର ଯନ୍ତ୍ରଣାକୁ ।ା
ନିତି ଏ ଜୀବନ ତୁମ ପାଦେ ନତ
କରିଅଛି ସମର୍ପିତ।
ଦେଖୁଛ କି ନାହିଁ ଜଗତର ନାଥ
ମୁଁ ପରା ଛାର ପତିତ ।ା
ଫରଫର ନେତ ଉଡେ ଦେଉଳରେ
ପତିତ ଉଦ୍ଧାର ପାଇଁ।
ପତିତ ଭାସୁଛି ଆଖିର ଲୂହରେ
ତୁମେ ପ୍ରଭୁ ଗଲ କାହିଁ ?
ପ୍ରତି ସକାଳରେ ଭକ୍ତିର ନୈବେଦ୍ୟ
ବାଢୁଥାଏ ତୁମ ପାଇଁ।
ଶରଣ ମାଗୁଛି ଶ୍ରୀ ଚରଣ ତଳେ
ରକ୍ଷା କର ଭାବଗ୍ରାହୀ ।ା
ଶୁଣକି ନଶୁଣ ତାରକି ମାର ମୋ
ମନେ ଦୁଃଖ ଜମା ନାହିଁ ।
ସମର୍ପିତ ଭାବ ରଖି ନିତି କର୍ମ
କରେ ଏ ସଂସାର ପାଇଁ ।ା
ହିସାବ କରିବ ମିଶାଣ ଫେଡାଣ
ଯେତେ ମୋର ପାପ ପୁଣ୍ୟ।
ଗୁଣନ ହରିଣ ପରେ ଯା ରହିଲା
ସେଥିରେ ନାହିଁ ମୋ ମନ ।ା
ଯାହା କର୍ମର ଫଳ ବିଚାର ନ କରି
ଫେରାଇବ ନାହିଁ ହରି।
ସମର୍ପଣ ।ାା ୩୪
ଜନ୍ମ ମୃତ୍ୟୁ ଚକ୍ର ଛେଦନ କରିବ
ଏଇ ଜନ୍ମରେ ମୁରାରି ।ା
ମଙ୍ଗଳମୟ ହେ ଏଇ ସଂସାରେ
ନାମକୁ ସାର୍ଥକ କର।
ମଧୁସୂଦନ ହେ ମଧୁରତା ଭରି
କଳୁଷତା ତୁମେ ହର।
ସମର୍ପଣ ।ାା ୩୫
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ