ଅଧ୍ୟାୟ ୧୨ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଜଗନ୍ନାଥ।
କୋଟି ପ୍ରଣତି ଘେନ ହେ ନାଥ
ତୁମ ପାଦେ ସମର୍ପିତ।
ତୁମ ଇଚ୍ଛାରେ ଶବ୍ଦ ସିନା ଆସେ
ତୁମେ ନ ଚାହିଁଲେ ନାହିଁ।
କେମିତି ଲେଖିବି ଦୁଇ ଧାଡ଼ିର ତୁମେ
ନ ଚାହିଁଲେ ତୁମପାଇଁ ?
ନୁହେଁ ସାଲବେଗ ନୁହେଁ ମୁଁ ଦାସିଆ
ନୁହେଁ ବଳରାମ ଦାସ।
ନୁହେଁ ଜୟ ଦେବ କେମିତି ଲେଖିବି
ଗୀତ ଗୋବିନ୍ଦ ରହସ୍ୟ ।ା
ନୁହେଁ ମୁଁ କୁବୁଜା ଅବା ରାଧା ମୀରା
ନାହିଁ ସେଇ ଭାବ ମୋର।
କାହିଁକି କେଜାଣି ତୁମରି ନାମରେ
ମିଳେ ଆନନ୍ଦ ଅପାର ।ା
ତୁମ ହାତ ଗଢ଼ା ସଂସାରେ ମୁଁ ଗୋଟେ
ମାଟି କଣ୍ଢେଇଟେ ପରା।
ରକତ ମାଂସର ଶରୀରେ ଭରିଛ
ଜୀବନ ନିଳାଦ୍ରୀ ତରା ।ା
ନିତି ନୈବେଦ୍ୟ ମନର କୋହରେ
ଭକ୍ତି ଫୁଲ ହାର କରି।
ସମର୍ପଣ ।ାା ୩୬
ଭାବରେ ଦିଏ ମୁଁ ତୁମକୁ ତୁମରି
ପାଦେ ପ୍ରିୟ ନୀଳଗିରି ।ା
ଜୀବନ ତରୀରେ ତୁମେ ଏକା ପ୍ରଭୁ
ସତେ କି ନାବିକ ହୋଇ।
ପାରି କରି ଦେବ ସଂସାର ସାଗର
କୁହ ତ ଜଗତସାଇଁ ।ା
ତୁମରି କରୁଣା ଥାଉ ମୋ ଉପରେ
ବନ୍ଧା ପଡ଼ିଲା ଜୀବନ।
ଯନ୍ତ୍ରଣା ଅଧିକ ବଳି ପଡିଗଲେ
ମାଗୁଛି ପାଦେ ଶରଣ ।ା
ଲେଖୁନି ଭଜନ ଲେଖୁନି ଜଣାଣ
ଲେଖୁଛି ହୃଦୟ ଗାଥା ।
ସତେ କି ବୁଝିବ ମୋ ପ୍ରିୟ ମାଧବ
ଦୂର ହେବ ମନ ବ୍ୟଥା ।ା
ନାହିଁ ମୋ ସାହସ ଲେଖିବି ନାଥ ହେ
ଭଜନ ସଞ୍ଜ ସକାଳେ।
ମନର ଭାଷାକୁ ଲେଖୁଛି ତୁମକୁ
ସମର୍ପିବାର ଇଚ୍ଛାରେ ।ା
ଏତେ ଜ୍ଞାନ କାହୁଁ ବା ଆସିବ ମୋଠାରେ
ମୁଁ ଅଜ୍ଞାନି ନାରୀଟିଏ।
ତୁମ ପାଇଁ କିଛି ଲେଖି ଦେଲା ପରେ
ସଂସାରରେ ମଜ୍ଜି ଯାଏ ।ା
ମୋତେ ଲାଗେ କିଏ ଅଦୃଶ୍ୟରେ ମୋର
ଚାରିପାଖରେ ସବୁବେଳେ।
ରହିଥାଇ ମୋତେ ଆଶ୍ୱାସ ଦିଅନ୍ତି
ଦୁଃଖ ବଢ଼ିଗଲା କାଳେ ।ା
ସମର୍ପଣ ।ାା ୩୭
ହାତ ତ ଦେଇଛ ପ୍ରାଣର ଠାକୁର
କରିବାକୁ ପୁଣ୍ୟ କର୍ମ।
ସେଥିପାଇଁ ନିତି ତୁମ ନାମ ଲେଖି
ଆରମ୍ଭ କରେ ଜୀବନ ।ା
ଆହେ ଜଗନ୍ନାଥ ଜଗତର ନାଥ
ଜୀବନେ ଦାତା ଜୀବେଶ।
ତୁମ ପାଦ ତଳେ ଏ ପାପୀ ନାରୀକୁ
ରଖ ସଦା ନିଜ ପାଶ।
ତୁମରି ନାମରେ ଜଗତ ମଙ୍ଗଳ
ହେଉ ଆହେ ଜଗନ୍ନାଥ।
ତୁମରି ନାମରେ ଦୁଃଖ ଦୂର ହୋଇ
ଖୋଲୁ ମୁକତିର ପଥ ।ା
ସମର୍ପଣ ।ାା ୩୮
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ