ଅଧ୍ୟାୟ ୧୪ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟି ପ୍ରଣତି ଘେନ ହେ ପ୍ରଭୂ ନାରାୟଣ
ତୁମ ପଦ୍ମପାଦେ ନିରନ୍ତର ରହୁ ମନ।
ଛିନ୍ନ ମୋ ଜୀବନ ବୀଣା ନାରାୟଣ
ଭରି ଦିଅ ସ୍ୱର ଲୟ।
ପାହିଲା ରଜନୀ ଆସ ଜଗନ୍ନାଥ
ଡାକେ ମୁଁ ଆଦରି ନିଅ ।ା
ତୁଳସୀ ବାସିବ କୁସୁମ ଫୁଟିବ
ତୁମରି ସାନ୍ନିଧ୍ୟ ପାଇ।
ତୁମରି ମନ୍ତ୍ରରେ ସ୍ପନ୍ଦିତ ହେବ
ମୋର ଚତୁଃପାର୍ଶ୍ୱ ଭୁଇଁ ।ା
ତୁମରି ନାମରେ ସୁପ୍ତ ମୋ ମନରେ
ଆସିବ ଆଶା କିରଣ।
କଳା ସାଆନ୍ତେ ହେ ! ଡାକିଦେଲେ ଥରେ
ଖେଳି ଯାଏ ଶିହରଣ ।ା
ତୁମେ ଆସିଯାଅ ସ୍ୱତଃ ହୃଦୟକୁ୍
ଭକତ ଡାକରେ ହରି।
ମନପକ୍ଷୀ ଉଡିଯାଏ ଶ୍ରୀକ୍ଷେତ୍ରକୁ
ସଂସାରକୁ ପଛ କରି ।ା
ବଡ଼ ଦେଉଳରେ ବସିଛନ୍ତି ପରା
ପ୍ରିୟ ଦେବତା ଆମର।
ସମର୍ପଣ ।ାା ୪୧
ପାପ ଓ ପୂଣ୍ୟର ନିକିତିକୁ ଧରି
ମାପୁଥାନ୍ତି କର୍ମଫଳ ।ା
କଳା ଶ୍ରୀମୁଖକୁ ଦେଖିଦେଲେ ଥରେ
ଦୁଃଖ ଯାଏ ସୁଖ ହୋଇ।
ଡାକିଦେଲେ ଥରେ ରଖ ଜଗନ୍ନାଥ
ଆସନ୍ତି ପାଖକୁ ଧାଇଁ ।ା
ଅଦୃଶ୍ୟ ହାତରେ ପୋଛନ୍ତି ଲୁହକୁ
ସେ ପରା ଦୁଃଖ ନାଶନ।
ଅଶୁଭକୁ ନାଶି ଶୁଭ ପରସନ୍ତି
କୃପାଳୁ ଚକାନୟନ ।ା
ତାଙ୍କ ନାମ ଶୁଭ ଦରଶନ ଶୁଭ
ସ୍ମରଣ ବି ଶୁଭ ହୁଏ।
ତାଙ୍କରି ନାମରେ ଆଖି ଖୋଲିଲେ
ଆଶାର ସୂରୁଯ ଉଏଁ ।ା
ଜୟ ଜଗନ୍ନାଥ ! ରାତି ପାହିଗଲା
ଶୁଭ କର ଶୁଭଙ୍କର?
ଆନନ୍ଦ ଭର ହେ ଆନନ୍ଦ ମୁରତି
ପ୍ରେମ ମୟ ମୋ ଠାକୁର ।ା
ସମର୍ପଣ ।ାା ୪୨
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ