ଅଧ୍ୟାୟ ୧୫ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଜଗନ୍ନାଥ !
କୋଟି ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ।
ସକାଳ ଆସିଲା ସମସ୍ୟା ଘାରିଲା
ସମାଧାନ ଖୋଜେ ନାଥ ।ା
ଆହେ ଜଗନ୍ନାଥ କଳିର ପ୍ରତ୍ୟକ୍ଷ
ଦେବତା ହେ ଦାରୁବ୍ରହ୍ମ।
ଆହେ ନାରାୟଣ ରକ୍ଷାକର ପ୍ରଭୁ
ପରମାତ୍ମା ପରଂବ୍ରହ୍ମ ।ା
ସକାଳ ଓ ସଞ୍ଜ ଭଲ ଏବଂ ମନ୍ଦ
ତୁମ ପାଇଁ ସିନା ନାଥ।
ତୁମରି ଉପରେ ଭରସା ମୋ ତୁମେ
ରଖିବ ବୁଡିବା ପୋତ ।ା
କିଏ କହେ ତୁମେ ନାହଁ ବୋଲି ତୁମେ
ପରା ଅଛ ଅନୁଭବେ।
ଦେହ ଦେଉଳର ହୃଦ ସିଂହାସନେ
ଅଦୃଶ୍ୟେ ମୁଁ ସଦା ଭାବେ ।ା
ସମସ୍ୟା ଘେରରେ ଜୀବନ ଚାଲିଛି
ତୁମେ ସମାଧାନ କର।
ସଂସାର ମୋହର ତୁମକୁ ଲାଗିଲା
ନାଥ ହେ ! ଉଦ୍ଧାର କର ।ା
ସମର୍ପଣ ।ାା ୪୩
ମନ ଯେବେ ଊଣା ହୁଏ କେତେବେଳେ
ତୁମକୁ ମୁଁ ଡାକୁ ଥାଏ।
ତୁମରି ଦୟାରେ ମନସ୍କାମନା ମୋ
ଆପେ ଆପେ ପୂର୍ଣ୍ଣ ହୁଏ ।ା
କହିବକି ନାଥ କାହିଁକି ତୁମକୁ
ଖୋଜୁଥାଏ ମୁହିଁ ନିତି।
ଜୀବନର ମନ୍ତ୍ର ଶିଖିବା ପାଇଁକି
ତୁମେ ହିଁ ଏକା ମୋ ଗତି ।ା
ଗୋଲକ ବିହାରୀ ହରି ହେ କୃପାଳୁ
ଉଦ୍ଧାର କର ଗୋସାଇଁ।
ସମସ୍ୟାର ବନ୍ଧନୀ ଖୋଲି ଦିଅ ନାଥ
ଥରେ ଏ ବିଚରା ପାଇଁ ।ା
ମନଫୁଲ ମୋର ପ୍ରତିଦିନ ଫୁଟି
ପୁନଶ୍ଚ ମଉଳି ଯାଏ ।
ଝରା ଫୁଲଟିଏ ସରାଗ କି ପାଏ
କୁହ ହେ କଳା ଠାକୁରେ ।ା
ଆଜି ଦିନ ହେଉ ସବୁଠୁ ଶୁଭ ହେ
ଶୁଭଙ୍କର ତୁମ ନାମେ।
ଝରିପଡୁ ତୁମ କରୁଣା କଣିକା
ପ୍ରତି ଭକତ ଉପରେ ।ା
ତୁମରି ନାମରେ ଆରମ୍ଭି ମୋ ଦିନ
ତୁମ ନାମେ ହେଉ ଶେଷ।
ତୁମରି କରୁଣା କାଣିକା ପ୍ରାପତେ
ସରିଯାଉ ଅବଶୋଷ ।ା
ଦୟାମୟ ପ୍ରଭୁ ତୁମରି ଦୟାରେ
ସଂସାର ତରୀ ମୋ ତରୁ।
ସମର୍ପଣ ।ାା ୪୪
କଳା ନାଉରୀ ହେ ପାରି କର ନାବ
ହୁଅ ନାହିଁ ମହାମେରୁ ।ା
ଟେକି ଦୁଇହାତ ଶରଣ ମାଗୁଛି
ଅଦୃଶ୍ୟ ପାଦେ ତୁମର ।
ହେ କଳା ଠାକୁର ତୁମରି ଦୟାରେ
ଆଶା ପୂର୍ଣ୍ଣ ହେଉ ମୋର ।ା
ସମର୍ପଣ ।ାା ୪୫
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ