ଅଧ୍ୟାୟ ୧୬ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ମହାପ୍ରଭୁ
ତୁମ ପାଦେ ସମର୍ପିତ ।ା
କେତେ ଯେ ଈର୍ଷାର ଅଳନ୍ଧୁ ଲାଗିଛି
ମନ ଝରକାରେ ନାଥ।
ପୋଛି ହୋଇ ଯାଉ ସବୁ ଅନାୟାସେ
ତୁମ ନାମେ ଜଗନ୍ନାଥ ।ା
ଯା’ମନ ଯେପରି ତାକୁ ସେଇ ଭାବେ
ଯାଚି ଦିଅ ତୁମେ ଫଳ।
ଭଲ ମଣିଷକୁ ଭଲର ଚାଦର
ଖରାପକୁ ମନ୍ଦ ଫଳ ।ା
ମୁଁ କେବେ ପିନ୍ଧିନି ମିଛର ଗହଣା
ସତ୍ୟ ମୋର ସଦା ସାଥୀ।
ଭାବୁଛି ସେ ଲାଗି ତୁମରି କୃପାରେ
ମିଳୁଛି ଦିବ୍ୟ ବିଭୁତି ।ା
ଯଦିଓ ସମୟ ସାଥୀ ହୁଏ କେବେ
ସାଥୀ କେବେ ହୁଏ ନାହିଁ।
ତଥାପି ବଞ୍ଚିଛି ତୁମରି ଆଶିଷେ
ଆଶା ଜଳ ଢୋକେ ପିଇ ।ା
ତୁମେ ତ ଦେଇଛ ସଂସାରର ବୋଝ
ବୋହି ବାକୁ ପଡ଼େ ମୋତେ।
ସମର୍ପଣ ।ାା ୪୬
ତୁମରି ଇଚ୍ଛାରେ ମୁଁ ଚାଲିଛି ହେ ନାଥ
ସୁଖ ଦୁଃଖ ଧରି ସାଥେ ।ା
ତାହାରି ଭିତରେ ସମୟ ବଳିଲେ
ତୁମ ନାମ ତୁଣ୍ଡେ ଧରି।
କିଛି ଲେଖୁଥାଏ ତୁମରି ସେବାରେ
ଆଶା ଦିନ ଯାଉ ସରି ।ା
ଯେବେ ତୁମେ ଦିଅ କଲମ ମୁନରେ
ଭରି ଶବ୍ଦ ଆଉ ଭାବ।
ଲେଖନୀ ଚଞ୍ଚଳ ହୋଇ ଯାଏ ମୋର
ଲେଖିବାକୁ ଦୁଇ ପଦ ।ା
ସଂସାର ଜଞ୍ଜାଳ ଯଦି କେତେ ବେଳେ
ବଳି ପଡିଯାଏ ନାଥ।
ତେଣୁ କ୍ଷମା ମାଗେ ତୁମରି ଚରଣେ
ପାଦେ ହୁଏ ସମର୍ପିତ ।ା
ଜୀବନ ଯମୁନା ଉଛୁଳି ପଡୁଛି
ତୁମ ବଂଶୀ ସ୍ୱର ଶୁଣି ।
ଆସ ହେ ମାଧବ ବେଳ ଅବେଳରେ
ସବୁ ତୁମ ଇଚ୍ଛା ହରି ।ା
ଆସିଗଲେ ଭାବ ତୁମେ ଆସି ଯାଅ
ମୋର ଶୂନ୍ୟ ମନ୍ଦିରକୁ।
ମୋର ଚତୁଃପାର୍ଶ୍ୱ ଭାବମୟ ହୁଏ
ଇଚ୍ଛା ହୁଏ ଲେଖିବାକୁ ।ା
କେବେ ଲାଗେ ମୋତେ ରହି ରହି କେହି
ଡାକେ ରାଧା ରାଧା ଧୀରେ।
ସମର୍ପଣ ।ାା ୪୭
ଉଚ୍ଚାଟିତ ହୁଏ ଦେହ ମନ ପ୍ରାଣ
ଆବେଗ ଯମୁନା କୂଳେ ।ା
ଆସ ମାଧବ ହେ ବଂଶୀ ବାଜିଲାଣି
ରାଧା ରାଧା ଡାକ ଦେଇ।
ସତେକି ହେ ନାଥ ରହିକି ପାରିବ
ରାଧା ବିନା ପୂର୍ଣ୍ଣ ହୋଇ ।ା
ଆସିଲାଣି ଦୋଳ ବସନ୍ତ ସହିତ
ରାଇ ସାଥେ ଦାମୋଦର।
ବୁଣି ଦିଅ ପ୍ରୀତି ଅବିର ସବୁଠି
ଚିର ଶାସ୍ୱତ ପ୍ରେମର ।ା
ସମର୍ପଣ ।ାା ୪୮
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ