ଅଧ୍ୟାୟ ୧୮ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ।
କଳା ଠାକୁର ହେ ଭାବର ଠାକୁର
ଭକତ ବାନ୍ଧବ ହରି।
ଭକତ ଯୋଡ଼ିଲେ ହାତ ଦିଅ ତୁମେ
ଅଚିରେ ବିପଦୁ ତାରି ।ା
ହଟିଆ ଠାକୁର ହଟ ଦେଖ ତୁମେ
ଏ କଥା ଜାଣେ ଭକତ।
ପୁଣି ପହଞ୍ଚାଇ ଦିଅ ଲକ୍ଷ୍ୟ ସ୍ଥଳେ
ଇଚ୍ଛା କ୍ରମେ ଜଗନ୍ନାଥ ।ା
କାହାର ଜୀବନ କେତେ ଦିନ ତୁମ
ଖାତାରେ ଲେଖା ହୋଇଛି।
ଯନ୍ତ୍ରଣା ଜାଲରେ ଛନ୍ଦି ପୁଣି ନିଅ
ଭକ୍ତକୁ ପାଖକୁ ଡାକି ।ା
ଛଳର ଠାକୁର ଛଳନାରେ ନିଅ
ତୁମେ ପରୀକ୍ଷା ଭକ୍ତର।
ଦେଖି କେବେ ସହି ପାରନାହିଁ
ଲୁହ ତୁମେ ଭକତ ଜନର ।ା
ହେ ଦିନ ବାନ୍ଧବ ! ହେ କଳା ମାଧବ !
ଭକ୍ତ ପାଇଁ ଭକ୍ତବନ୍ଧୁ।
ସମର୍ପଣ ।ାା ୫୧
ଭକତ ଡାକିଲେ ଅଚିରେ ଆସିଛ
ଯେଣୁ ତୁମେ କୃପାସିନ୍ଧୁ ।ା
ଡାକୁଛି ଠାକୁର ଭକତ ଜଣେ ତ
ତୁମରି ଆଶିଷ ପାଇଁ।
ଚାହିଁ ଦିଅ ବାରେ ଆଡନୟନରେ
ମନ ଯାଉ ଖୁସି ହୋଇ ।ା
ବିପଦ ନାଶନ ତାରିବ ବିପଦ
ଡାକଇ ପାଞ୍ଚାଳୀ ପରି ।
ମୃଗୁଣୀ ସ୍ୱରରେ ଡାକୁଛି ଆତୁରେ
ବିପଦୁ ରଖ ଶ୍ରୀହରି ।ା
ଦୁଇ ହାତ ଟେକି ଦେଲି ମୋ ସଂସାର
ମଙ୍ଗଳ ପାଇଁ ହେ ନାଥ।
ଉଦ୍ଧାର କରିବ ଭକତ ଜନଙ୍କୁ
ଆହେ ପ୍ରଭୁ ଜଗନ୍ନାଥ ।ା
ସମର୍ପଣ ।ାା ୫୨
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ