ଅଧ୍ୟାୟ ୧୯ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟିଏ ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ।
ମୁକ୍ତକର ମୋତେ ସଂସାର ବନ୍ଧନୁ
ଯନ୍ତ୍ରଣା ହେଲା ବହୁତ ।ା
ଜୀବନ ଜଳୁଛି ଯନ୍ତ୍ରଣା ଜୁଇରେ
ଅହରହ ଢାଳେ ଲୁହ।
କେମିତି ଡାକିଲେ ଶୁଣିବ କାଳିଆ
ଦୟା କରି ମୋତେ କୁହ ।ା
ଈର୍ଷା କାତରତା ଚାରିଆଡ଼େ ଖାଲି
ରକ୍ତ ଚିହ୍ନୁନି ରକ୍ତକୁ।
ମନ କଷ୍ଟ ହେଲେ ଧାଇଁ ଯାଏ ମନ
କେବଳ ତୁମ ପାଖକୁ ।ା
କଳିଯୁଗେ ପରା ସମ୍ପର୍କରେ ଫାଟ
ତୁମ ବନ୍ଧନରେ ବାନ୍ଧ।
ତେଣୁ ଜଗନ୍ନାଥ ତୁମକୁ ଡାକୁଛି
ତ୍ରାହି ତ୍ରାହି ଆଦିକନ୍ଦ ।ା
ଆସ ଜଗନାଥ ହୃଦୟକୁ ଥରେ
ମମତା ପ୍ରଲେପ ଦେଇ।
ସୁବାସିତ ହେଉ ଅଲୋଡା ଜୀବନ
ତୁମରି ନାମକୁ ନେଇ ।ା
ସମର୍ପଣ ।ାା ୫୩
ଅଢେଇ ଦିନକୁ ବଢ଼ଇ ଯେ କଥା
ମଣିଷ ବୁଝେନା କାହିଁ।
ଆଜିର ଜୀବନ ହୁଏତ କାଲିକୁ
ନଥିବ ଜଳିଲେ ଜୁଇ ।ା
ଅଳପ ଦିନକୁ କାହିଁକି ମଣିଷ
ଆଣ୍ଟ ଅନିତ୍ୟ ସଂସାରେ।
ହେଇ ଅଛି ପୁଣି ହେଇ ନାହିଁ ଜୀବ
କ୍ଷଣ ଆୟୁଷ ମହିରେ ।ା
ଜୀବନର ମାନେ ବୁଝିଗଲା ପରେ
ତୁମ ପାଖେ ମନ ଧାଏଁ ।
ନିରାଶ ମନରେ ଆଶାର ଜ୍ୟୋତିଟି
ତୁମ ପାଖେ ଜଳୁଥାଏ ।ା
ଦିଅ ଆହେ ନାଥ ଭକତି ଭରି ମୋ
ଏଇ ପାଷାଣ ହୃଦୟେ।
ମଣିଷ ଚିହ୍ନୁ ଏ ମଣିଷକୁ ଥରେ
କ୍ଷଣସ୍ଥାୟୀ ଜୀବନରେ ।ା
ମିଛ ସବୁ ଏଠି ସତ ଖାଲି ଯାହା
ଧର୍ମ ସାଥେ ରହିଥିବ।
ଫେରିବା ସମୟେ କିଛି ତ ପୁଣ୍ୟ
ଅବଶ୍ୟ ସାଥୀରେ ଯିବ ।ା
ଜାଣେ ନାହିଁ ଧର୍ମ ଜାଣେନା ଅଧର୍ମ
କେବଳ ତୁମକୁ ଡାକେ।
ପାପୀ ମଣିଷ ମୁଁ ପୁଣ୍ୟ ସାଉଁଟିବାକୁ
ଧାଇଁ ଆସେ ତୁମ ପାଖେ ।ା
ଚରଣ ଉଦକ ଟିକେ ମିଳୁ ନାଥ
ପାପ ଯାଉ ସବୁ ଧୋଇ।
ସମର୍ପଣ ।ାା ୫୪
ତୁମରି ଭଜନରେ କିଛି ହେଉ ପୁଣ୍ୟ
ମୋ ଫେରିବା ସାଥୀ ହୋଇ ।ା
ଆହେ ଦୟାମୟ ହେ କଳା ଠାକୁର
କଳି ପ୍ରତ୍ୟକ୍ଷ ଦେବତା।
ମଙ୍ଗଳ କର ହେ ମଙ୍ଗଳ ମୟ
ସଂସାର ଭାଗ୍ୟ ବିଧାତା ।ା
ସମର୍ପଣ ।ାା ୫୫
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ