ଅଧ୍ୟାୟ ୨ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଜୟ ଜଗନ୍ନାଥ
କୋଟି ପ୍ରଣତି ଘେନ ଜଗନ୍ନାଥ
ତୁମ ପାଦେ ସମର୍ପିତ।
ତୁମେ ତ ଶୋଇଲ କ୍ଲାନ୍ତ ଶ୍ରାନ୍ତ ହୋଇ
ଚାରି ମାସ ଜଗନ୍ନାଥ ।।
ଏପଟେ ଜୀବନ ହେଉଅଛି ପରା
ଦିନୁଁଦିନ ଦୁଃଖ ଯୁକ୍ତ ।ା
ଜଗତପିତା ହେ ତୁମେ ଶୋଇଗଲେ
ଦୁଃଖ କହିବୁ କାହାକୁ ?
ଶୋଇପଡ଼ି ଥାଅ ଅନନ୍ତ ଶୟନେ
କାନ ଡେରି ଭକ୍ତ ଡାକକୁ।
ଭକ୍ତର ଡାକରେ ହୁଅ ହେ ଅସ୍ଥିର
ତୁମେ ପରା ଭକ୍ତ ବତ୍ସଳ।
ଭକତ ଜୀବନ ହୃଦୟର ଠାକୁର
ତୁମେ ହିଁ ଭକତ ସମ୍ବଳ ।
ଆଶାର ବାଡ଼ି ତୁମେ ଅନ୍ଧ ଜୀବନେ
ଦିବ୍ୟଜ୍ୟୋତି ମୋ ଆଖିରେ।
ଅଜ୍ଞାନ ତିମିର ନାଶ କର ହରି
ସୁବାସରେ ଜୀବନରେ ।ା
ଭକତଙ୍କ ପାଇଁ ଯୁଗେ ଯୁଗେ ହରି
ଆସ ତୁମେ ଅବତରୀ।
ସମର୍ପଣ ।ାା ୧୩
ଦୁଷ୍ଟ ନାଶି ସନ୍ଥ ପାଳିଥାଅ ତୁମେ
ଢାଳି ଆଶିଷର ବାରି ।ା
ଭକତ ତୁମର ପିତା ମାତା ପ୍ରଭୁ
ଭକତ ତୁମର ବନ୍ଧୁ।
ଭକ୍ତ ପାଇଁ ତୁମ ଶଙ୍ଖ ଚକ୍ର ଚିହ୍ନ
ଭକ୍ତ ପାଇଁ କୃପାସିନ୍ଧୁ ।ା
ନିଦେ ଶୋଇଥାଅ ନିଦା ଠାକୁର ହେ
ଅନ୍ତର୍ଯ୍ୟାମୀ ମନ ବୁଝ।
ହାଲୁକା କରିବ ନାଥ ବଳି ପଡ଼େ
ମୋର ଏଇ ମନ ବୋଝ ।।
ଲୀଳା କରୁଥାଅ ଆହେ ଲୀଳାମୟ
ଜଗତ ମଙ୍ଗଳ ପାଇଁ।
ଶୁଭରେ ଦିନଟି ଯାଉ ଶୁଭଙ୍କର
ତୁମରି ନାମକୁ ନେଇ।
ସମର୍ପଣ ।ାା ୧୪
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ