ଅଧ୍ୟାୟ ୩ · ନଭେମ୍ବର ୧୩, ୨୦୨୬ · ୨ ମିନିଟ୍ ପଢ଼ା
ଜୟ ଶ୍ରୀ ଜଗନ୍ନାଥ !
କୋଟି ପ୍ରଣତି ଘେନ ହେ ଜଗନ୍ନାଥ
ତୁମ ପାଦେ ସମର୍ପିତ ।ା
ଜୀବନ ଯମୁନା ବହୁଛି ଉଜାଣି
ଦୁଃଖ ହେଲା ଅପ୍ରମିତ।
ଅନେକ ସମସ୍ୟା ଘେରରେ ଜୀବନ
ସଢୁଛି ଜୀବନ ନାଥ ।ା
ତୁମରି ଆଶିଷ ଶାନ୍ତିର ଚନ୍ଦନ
ତୁମ ନାମୁ ଝରେ ମଧୁ।
ତୁମରି କୃପାରେ ପଙ୍ଗୁ ଲଙ୍ଘେ ଗିରି
ଯେଣୁ ତୁମେ କୃପାସିନ୍ଧୁ ।ା
ଦେଖା ଦିଅ ନାଥ ହୃଦୟରେ ମୋର
ମୁରଲୀ ଧର କହ୍ନାଇ।
ମନର ଠାକୁର ମନ କଥା ବୁଝ
ଦୁଃଖ ରାତି ଯାଉ ପାହି ।ା
ପୋଛି ଦିଅ ଦୁଃଖ ଅବଶୋଷ ମନୁ
ତୁମରି ଶରଣ ନେଲି।
ଜୀବନ ଯନ୍ତ୍ରଣା ଦୂଷିତ ଭାବନା
ସବୁ ହୋଇଯାଉ କାଲି ।ା
ନାହିଁ ନାହିଁର ଏ ଜୀବନ ଭିତରେ
ତୁମ ହିଁ ଆତ୍ମୀୟ ମୋର।
ମିଛ ବନ୍ଧନରେ ନ ଫସୁ ମୋ ମନ
ସମର୍ପଣ ।ାା ୧୫
ଘୁଞ୍ଚି ଯାଉ ମୁହୂର୍ତ୍ତ ।ା
ହୃଦୟର ଠାକୁର ହୃଦୟକୁ ଆସ
ଶାନ୍ତି ଗଙ୍ଗା ଯାଉ ବହି।
ପୁଣ୍ୟଭରି ଯାଉ ପାପୀ ଜୀବନରେ
ପାପ ତାପ ଯାଉ ଧୋଇ ।ା
ଆସ ହେ ଠାକୁର ସକାଳୁ ସକାଳୁ
ମନ ବୃନ୍ଦାବନେ ମୋର।
ତୁମ ପାଇଁ ଏବେ ଗୁନ୍ଥ୍ଥେ ମୁଁ ମାଳାଟେ
ଦେବି ଗଳାରେ ତୁମର ।ା
ତୁମକୁ ଦେଖିଲେ ଆଖିରୁ ମୋହର
ଲୁହ ଧାର ଯିବ ବହି।
ଏ ଜୀବନେ ଦୁଃଖ ହୁଏତ ବହୁତ
ଆଉ ସହି ହୁଏ ନାହିଁ ।ା
ରଖିଛି ସାଇତି ଆଖି ସବୁ ଲୁହ
ଧୋଇ ଦେବି ପଦ୍ମ ପାଦ।
ଆସ ପ୍ରିୟତମ ଅପେକ୍ଷା ମୁହୂର୍ତ୍ତ
ନ ଆଣୁ ମନେ ବିଷାଦ ।ା
ବଜାଅ ମୁରଲୀ ହେ ମୁରଲୀଧର
ପ୍ରାଣ ହେଉ ମଧୁମୟ।
ତୁମରି ସ୍ପର୍ଶରେ ହସୁ ଏ ପୁଲକ
ଜୟ ଜଗନ୍ନାଥ ଜୟ ।ା
ସମର୍ପଣ ।ାା ୧୬
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ